ଆମେରିକା-ଉତ୍ତରକୋରିଆ ଗୁପ୍ତ ବୈଠକ

ସିଓଲ: ଉତ୍ତର କୋରିଆ ତା’ର ଶତ୍ରୁ ରାଷ୍ଟ୍ରମାନଙ୍କ ବିରୋଧରେ ଆଭିମୁଖ୍ୟ ନରମ କରିବା ପରେ ଏବେ ପରମାଣୁ ଯୁଦ୍ଧ ଆଶଙ୍କା ଟଳିଯାଇଛି। ଆମେରିକା ସହ ଭଲ ସଂପର୍କ ଚାହୁଥିବା ନେଇ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌୍‌ କିଛିଦିନ ତଳେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବେଳେ ନିକଟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ନିର୍ଦ୍ଦେଶକ ମାଇକ୍‌ ପୋମ୍ପିଓ ଉତ୍ତର କୋରିଆକୁ ଅତ୍ୟନ୍ତ ଗୋପନ ଗସ୍ତରେ ଯାଇ କିମ୍‌ଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏଭଳି ସାକ୍ଷାତ ଆଲୋଚନାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଉତ୍ତର କୋରିଆ ପରମାଣୁ ନିରସ୍ତ୍ରୀକରଣ ପାଇଁ ପ୍ରସ୍ତୁତ ହେଉଥିବାରୁ ଏ ବାବଦରେ ଅଧିକ ଆଲୋଚନା ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା। ମାଇକ୍‌ ଏବଂ କିମ୍‌୍‌ଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର