ୱାସିଂଟନ୍: ଚୀନ୍ର ଉହାନ୍ରୁ ହିଁ କରୋନାଭାଇରସ୍ର ଉତ୍ପତ୍ତି ହୋଇଛି। ଚୀନ୍ର ବେପରୁଆ କାର୍ଯ୍ୟ ଯୋଗୁଁ ଏବେ ସମଗ୍ର ବିଶ୍ବ ମହାସଙ୍କଟର ସମ୍ମୁଖୀନ ହୋଇଛି। ଉହାନ୍ ଲ୍ୟାବ୍ରୁ ହିଁ କରୋନା ଭାଇରସ୍ର ସୃଷ୍ଟି ବୋଲି ଆମେରିକା ଅଭିଯୋଗ କରିଛି। ଆମେରିକା ଏବେ ବିଶ୍ବର ଅନ୍ୟ ରାଷ୍ଟ୍ରଙ୍କୁ ଏନେଇ ନିଶ୍ଚିତ କରାଇବ ବୋଲି ଆମେରିକାର ବିଦେଶ ସଚିବ ମାଇକ୍ ପମ୍ପିଓ କହିଛନ୍ତି। ଭାଇରସ୍ କେଉଁଠୁ ଆସିଲା ଏବଂ କିପରି ଆସିଲା ତାହା ବେଜିଂ ଭଲଭାବେ ଜାଣିଛି। ଡିସେମ୍ବର ବେଳକୁ ଚୀନ୍ ଏ ବିଷୟରେ ଅବଗତ ହୋଇଥିଲା, କିନ୍ତୁ ଭାଇରସ୍ ଯେଭଳି ଅନ୍ୟ ରାଷ୍ଟ୍ରକୁ ନ ବ୍ୟାପିବ ସେ ନେଇ କିଛି ପଦକ୍ଷେପ ନେଇନଥିଲା। ଏନେଇ ଚୀନ୍ ଉତ୍ତରଦାୟୀ ରହିବା ଉପରେ ଆମେରିକା ଗୁରୁତ୍ବାରୋପ କରିଛି। ଆମେରିକାରେ ବଢ଼ୁଥିବା ମୃତ୍ୟୁସଂଖ୍ୟା ଏବଂ ବିପୁଳ ଆର୍ଥିକ କ୍ଷତି ପାଇଁ ବି ଆମେରିକା ଚୀନ୍କୁ ଦାୟୀ ରହିଛି । ପମ୍ପିଓ କହିଛନ୍ତି ସମଗ୍ର ବିଶ୍ୱ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଏହା କେବଳ ଏକ ଭାଇରସ୍ ନୁହେଁ ଏହା ସମଗ୍ର ବିଶ୍ବ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।। ପ୍ରଥମେ ଚୀନ୍ ଏକ ରାଷ୍ଟ୍ର ଭାବେ ମୌଳିକ ଦାୟିତ୍ବ ପାଳନ କରିବାରେ ବିଫଳ ହୋଇଛି । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନ କରିବାରେ ବି ଚୀନ୍ ବିଫଳ ହୋଇଛି। ପମ୍ପିଓ ଅଭିଯୋଗ କରିଛନ୍ତି ଯେ ବିଶ୍ୱକୁ ମହାମାରୀରୁ ରକ୍ଷା କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର କାର୍ଯ୍ୟରେ ବିଫଳ ହୋଇଛି। ଆମେ ତାହା ପୁନର୍ବାର ଘଟିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।
ଚୀନ୍ର ମୁଖା ଖୋଲିବ ଆମେରିକା: କରୋନା ଚୀନ୍ରୁ ଆସିଥିବା ନେଇ ଅନ୍ୟ ରାଷ୍ଟ୍ରମାନଙ୍କୁ ନିଶ୍ଚିତ କରାଯିବ: ପମ୍ପିଓ
/sambad/media/post_attachments/wp-content/uploads/2020/04/fh7fsh987sfh98sf7h98sf7hsfhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)