ମହାଭିଯୋଗ ତଦନ୍ତରେ ପରିବାର ମର୍ମାହତ: ଟ୍ରମ୍ପ୍‌

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି, ତାଙ୍କ ବିରୋଧରେ ଚାଲିଥିବା ମହାଭିଯୋଗ ତଦନ୍ତ ତାଙ୍କ ପରିବାରକୁ ବହୁତ ଦଃଖ ଦେଇଛି ଏବଂ ଏଥିରେ ପ୍ରତ୍ୟେକ ସଦସ୍ୟ ମର୍ମାହତ। ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଅନ୍ୟାୟ କରାଯାଉଛି ଏବଂ ରିପବ୍ଲିକାନ୍‌ ଏହାର କଡ଼ା ଜବାବ ଦେବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ଚାଲିଥିବା ସାର୍ବଜନୀନ ଶୁଣାଣି ଏବଂ ସାକ୍ଷ୍ୟ ମାମଲା ଏକ ପ୍ରହସନ ଛଡ଼ା ଆଉ କିଛି ନୁହେଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ଡେମୋକ୍ରାଟ୍‌ ନେତା ଜେk ବିଡେନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରମ୍ପ୍‌ ୟୁକ୍ରେନ୍‌ ସରକାରଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ଆଧାରରେ ମହାଭିଯୋଗ ଆସିଛି ଏବଂ ଏହାର ଶୁଣାଣି ଜାରି ରହିଛି।

ସମ୍ବନ୍ଧିତ ଖବର