ୱାସିଂଟନ୍ : ଆସନ୍ତା ୨୦୨୦ ମସିହାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହୋଇପାରନ୍ତି ଦୁଇଜଣ ଭାରତୀୟ ବଂଶୋଦ୍ଭବ। ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ସାଂସଦ ତୁଲ୍ସି ଗବର୍ଡ଼ ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ ଏବଂ ସେ ହିଁ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗତ ଶୁକ୍ରବାର ଦିନ ଲସ୍ ଏଞ୍ଜେଲ୍ସରେ ଏକ ସମ୍ମିଳନୀରେ ଯୋଗ ଦେଇ ଜଣେ ପ୍ରଖ୍ୟାତ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଡାକ୍ତର ସମ୍ପତ ଶିବାଙ୍ଗି ୩୭ ବର୍ଷୀୟା ତୁଲ୍ସି ଗବର୍ଡ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି ବୋଲି କହିଛନ୍ତି। ତେବେ ତୁଲ୍ସୀ ଗବର୍ଡ ଏହି ସମ୍ମିଳନୀରେ ଉପସ୍ଥିତ ଥିବାବେଳେ ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଅଂଶଗ୍ରହଣ କରିବେ କି ନା’ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ଖ୍ରୀଷ୍ଟମାସ ପୂର୍ବରୁ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଯଦି ତୁଲ୍ସି ଗବର୍ଡ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରନ୍ତି ଏବଂ ନିର୍ବାଚନ ଜିଣନ୍ତି ତେବେ ସେ ପ୍ରଥମ ମହିଳା ରାଷ୍ଟ୍ରପତି ହେବେ। ଅନ୍ୟପକ୍ଷରେ କାଲିଫର୍ଣ୍ଣିଆ ସିନେଟର୍ କମଳା ହାରିସ୍ ମଧ୍ୟରେ ଏହି ଦୌଡ଼ରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। କାଲିଫର୍ଣ୍ଣିଆ ଜନ୍ମଲାଭ କରିଥିବା କମଳା ହାରିସ୍ଙ୍କ ମାଆ ତାମିଲନାଡୁର ବାସିନ୍ଦା ହୋଇଥିବା ବେଳେ ପିତା ଜାମାଇକାର।
ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଦୌଡ଼ରେ ସାମିଲ ହେବେ ୨ ଭାରତୀୟ ବଂଶୋଦ୍ଭବ
/sambad/media/post_attachments/wp-content/uploads/2018/11/america-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)