ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ୨୦ ଲକ୍ଷ ଡଲାର ଜରିମାନା

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଦାତବ୍ୟ ଅନୁଷ୍ଠାନକୁ ନିଜର ବ୍ୟବସାୟିକ ଏବଂ ରାଜ‌ନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରିଥିବାରୁ ତାଙ୍କୁ ଅଦାଲତ ଆଜି ୨୦ ଲକ୍ଷ ଡଲାର ଜରିମାନାରେ ଦଣ୍ଡିତ କରିଛି। ଟ୍ରମ୍ପ୍‌ ନିଜର ଚ୍ୟାରିଟି ସଂସ୍ଥାକୁ ମିଳିଥିବା ବିପୁଳ ଅର୍ଥକୁ ୨୦୧୬ ମସିହାରେ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରିଥିଲେ ବୋଲି ଆମେରିକା ସୁପ୍ରିମକୋର୍ଟ ଅବଗତ ହେବାପରେ ତାଙ୍କୁ ୨୦ ଲକ୍ଷ ଡଲାର ଜରିମାନା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବା ପାଇଁ ମଧ୍ୟ କୋର୍ଟ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର