ଟ୍ରମ୍ପ ଓ ଜିନପିଙ୍ଗଙ୍କ ମଧ୍ୟରେ ବଢ଼ିଲା ବିବାଦ, ବଢିପାରେ ଚାଇନା ସାମଗ୍ରୀର ଦର !

ବେଜିଂ: ଆମେରିକା ସହ ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ସମକକ୍ଷ ଡୋନାଲଡ ଟ୍ରମ୍ପଙ୍କ ଉପରେ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି | ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କୌଣସି ବି ଦେଶ ଅଲଗା ରହିପାରିବ ନାହିଁ | ସାରା ବିଶ୍ୱ ପାଇଁ ନିଜ ଦ୍ୱାରା ବନ୍ଦ କରିପାରିବ ନାହିଁ | ଚୀନ ରାଷ୍ଟ୍ରପତିଙ୍କ ଏହି ବୟାନ ଟ୍ରମ୍ପଙ୍କ ଦ୍ୱାରା ଚୀନ ଉତ୍ପାଦ ଉପରେ ବଢାଯାଇଥିବା ଉତ୍ପାଦ ଶୁଳ୍କ ପରେ ଆସିଛି | ଗତ ସପ୍ତାହରେ ଟ୍ରମ୍ପ ସରକାର ଚୀନ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇଦେଇଥିଲେ | ଏହାକୁ ନେଇ ବିଗିଡିଯାଇଥିଲା ଚୀନ |

ଏହି ପ୍ରସଙ୍ଗକୁ ଟାର୍ଗେଟ କରି ଜିନପିଙ୍ଗ କହିଛନ୍ତି ଯେ ଯଦି କୌଣସି ଦେଶ ନିଜକୁ ଅଲଗା କରେ ଓ ଅନ୍ୟ ଦେଶ ମାନଙ୍କ ପାଇଁ ତାହାର ଦ୍ୱାର ବନ୍ଦ ରଖେ ସେହି ଦେଶ ନିଜେ ହିଁ ନିଜର ଜୀବନ୍ତତା ହରାଇବସିବ | ସେ କହିଛନ୍ତି କୌଣସି ସଭ୍ୟତା ଅନ୍ୟ କୌଣସି ସଭ୍ୟତାଠାରୁ ସର୍ବଶ୍ରେଷ୍ଠ ହୋଇନଥାଏ | ଆଉ ନିଜକୁ ସର୍ବଶକ୍ତିମାନ ଭାବୁଥିବା ଦେଶ ପାଇଁ ଏହା ମୁର୍ଖତା ବୋଲି ଜିନପିଙ୍ଗ କହିଛନ୍ତି | ଏଠାରେ ସୂଚନା ଥାଉ କି ଚୀନରୁ ଆମେରିକାକୁ ଆସୁଥିବା ପ୍ରାୟ ୪ହଜାର ପ୍ରକାରର ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇଦିଆଯାଇଛି |

ଏସବୁ ସାମଗ୍ରୀ ଉପରେ ପାଖାପାଖି ୨୫ ପ୍ରତିଶତ ଟ୍ୟାକ୍ସ ଲଗାଯାଇଛି ,ଯାହାଦ୍ୱାରା ଚୀନ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିବ | କାରଣ ଆମେରିକାରେ ଚୀନ ସାମଗ୍ରୀର ଏକ ବଡ ବଜାର ରହିଛି | ପ୍ରାୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଶୁଳ୍କ ବଢିବା ଦ୍ଵାରା ଉପଭୋକ୍ତା ଏ ସବୁକୁ କିଣି ନ ପାରନ୍ତି ଯାହାକୁ ନେଇ ଖପ୍ପା ହୋଇଯାଇଛି ଚୀନ |

ସମ୍ବନ୍ଧିତ ଖବର