ବର୍ଷ ଶେଷକୁ ଆମେରିକାର କୋଭିଡ୍ ଟିକା ପ୍ରସ୍ତୁତ ହୋଇଯିବ : ଡୋନାଲ୍ଡ ଟ୍ରମ୍ପ୍

ୱାସିଂଟନ: ଚଳିତ ବର୍ଷ ଶେଷ ସୁଦ୍ଧା ମହାମାରୀ କୋଭିଡ୍–୧୯ର ଏକ ଫଳପ୍ରଦ ଟିକା ଆମେରିକା ହାତରେ ମିଳିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଖୁବ୍ ଆଶା ରଖିଛନ୍ତିା ଏପରିକି ଏଥିପାଇଁ ଆବଶ୍ୟକ ପରୀକ୍ଷାନିରୀକ୍ଷାକୁ ତ୍ବରାନ୍ବିତ କରିବା ଲାଗି ସେ ଦେଶର ଜଣେ ଭେଷଜ ବିଶେଷଜ୍ଞଙ୍କୁ ନିଯୁକ୍ତ କରିଛନ୍ତି ବୋଲି ଟ୍ରମ୍ପ୍ ଶୁକ୍ରବାର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତିା ତେବେ ଏପରି ଏକ ସମ୍ଭାବ୍ୟ ଟିକା ସଂକ୍ରାନ୍ତ ୟୁରୋପୀୟ ଭବିଷ୍ୟବାଣୀଠାରୁ ଟ୍ରମ୍ପ୍ କିପରି ଏତେ ଅଧିକ ଆଶାବାଦୀ ବୋଲି ଚର୍ଚ୍ଚାର ବିଷୟ ହେଉଛିା

Financial Express

ସୂଚନାଯୋଗ୍ୟ, ଗତ ଗୁରୁବାର ୟୁରୋପୀୟ ଔଷଧ କମ୍ପାନିମାନେ ଅନୁମାନ ଲଗାଇ କହିଥିଲେ ଯେ ନୈଦାନିକ ଏବଂ ବ୍ୟାବହାରିକ ପରୀକ୍ଷଣରେ ସବୁ କିଛି ଠିକ୍ ରହିଲେ କୋଭିଡ୍ ପାଇଁ ଏକ ଟିକା ପାଇବାକୁ ଅତି କମ୍ରେ ଆହୁରି ବଷେର୍ ଲାଗିଯାଇପାରୋ ତେବେ ଏଭଳି ସ୍ଥିତିରେ ଆମେରିକା ଏହାର ‘ଅପରେସନ୍ ୱାର୍ପ ସ୍ପିଡ୍’ ନାମକ ଟିକା ଅନ୍ବେଷଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ଟ୍ରମ୍ପ୍ ପ୍ରଶାସନ ଆମେରିକୀୟ ଔଷଧ କମ୍ପାନି ‘ଜିଏସ୍‌କେ ଭାକ୍ସିନ୍’ର ପ୍ରାକ୍ତନ ମୁଖ୍ୟ ମନ୍ସେଟ୍ ସ୍ଲାଉଟି ଏବଂ ସେନାଧିକାରୀ ଗୁସ୍ତେବ୍ ପର୍ନାଙ୍କୁ ନିଯୁକ୍ତ କରିବା ସହ ଏଥିପାଇଁ ଶହେ କୋଟି ଡଲାର ମଞ୍ଜୁର କରିଛିା ଆମେରିକାର ଏପରି ଉଦ୍ୟମକୁ ରାଷ୍ଟ୍ରପତି ଟ୍ରମ୍ପ୍ ଦ୍ବିତୀୟ ଯୁଦ୍ଧ ବେଳର ଆଣବିକ ଅସ୍ତ୍ର ବିକାଶ କରାଇଥିବା ମ୍ୟାନ୍ହାଟନ୍ ପ୍ରକଳ୍ପ ସହ ତୁଳନା କରିଛନ୍ତିା ଏପରିକି ବିଶ୍ବ ବ୍ୟାପୀ ପ୍ରଚେଷ୍ଟା ସେତ୍ତ୍ବ କୋଭିଡ୧୯ ପାଇଁ ଉପଯୁକ୍ତ ଟିକାଟିଏ ଅସମ୍ଭବ ହେବା କିଛି ବିଚିତ୍ର ନୁହେଁ ବୋଲି ବିଶିଷ୍ଟ ଆନ୍ତର୍ଜାତିକ ଭୂତାଣୁ ବିଶେଷଜ୍ଞମାନେ ସତର୍କ କରାଇଥିବା ବେଳେ ଟ୍ରମ୍ପ ତାଙ୍କ ଉଦ୍ୟମରେ ଯଥେଷ୍ଟ ଆଶାବାଦୀ ଅଛନ୍ତିା

ସମ୍ବନ୍ଧିତ ଖବର