ପାକିସ୍ତାନକୁ ଏଫ୍‌-୧୬ ବିକ୍ରି କରିବ ଆମେରିକା

ୱାସିଂଟନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆମେରିକା ଗସ୍ତର ତୁରନ୍ତ ବାଦ ଟ୍ରମ୍ପ୍‌ ପ୍ରଶାସନ ଏକ ଚକିତକାରୀ ନିଷ୍ପତ୍ତି ନେଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପାକିସ୍ତାନକୁ ଶକ୍ତିଶାଳୀ ଯୁଦ୍ଧ ବିମାନ ଏଫ୍‌-୧୬ ବିକ୍ରି କରିବାକୁ ମଂଜୁରି ଦେଇଛି। ୧୨୫ ନିୟୁତ ଡଲାରରେ ଏହି ଚୁକ୍ତି ସଂପନ୍ନ ହୋଇଥିବା ଜଣାପଡ଼ିଛି। ପେଣ୍ଟାଗନ ଏ ବାବଦରେ ଆମେରିକା କଂଗ୍ରେସକୁ ସୂଚନା ଦେଇଛି। ଚଳିତ ବର୍ଷ ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ଭାରତ ବିରୋଧରେ ବ୍ୟବହାର କରିଥିଲେ। ଭାରତୀୟ ବାୟୁସେନା ପାକିସ୍ତାନର ଅଭିଯାନକୁ ପଣ୍ଡ କରିବା ସହ ଗୋଟିଏ ଏଫ୍‌-୧୬ ବିମାନକୁ ଖସାଇ ଦେଇଥିଲା। ପାକିସ୍ତାନକୁ ଏଫ୍‌-୧୬ ବିକ୍ରି ନିଷ୍ପତ୍ତି ଯୋଗୁଁ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର