ନୂଆଦିଲ୍ଲୀ : ଭାରତ ବିରୋଧରେ ବିନା କାରଣରେ ପାକିସ୍ତାନ ଆମେରିକା ନିର୍ମିତ ଲଢ଼ୁଆ ବିମାନ ଏଫ୍-୧୬ ବ୍ୟବହାର କରିଥିବାରୁ ଆଜି ଆମେରିକା ଏ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଛି। ପାକିସ୍ତାନ ବିମାନ କ୍ରୟ ବେଳେ କରିଥିବା ଚୁକ୍ତି ଉଲ୍ଲଂଘନ କରି ଏହି ଅତ୍ୟାଧୁନିକ ଲଢୁଆ ବିମାନର ଦୁରୁପଯୋଗ କରିଥିବାରୁ ଏ ବାବଦରେ ପାକିସ୍ତନକୁ ଆମେରିକା କୈଫିୟତ ମାଗିଛି। ଭାରତ ଦେଇଥିବା ପ୍ରମାଣ ଅତ୍ୟନ୍ତ ବଳିଷ୍ଠ ଥିବାରୁ ପାକିସ୍ତାନ ଏ ବାବଦ ତଥ୍ୟ ରଖିବାକୁ ବାଧ୍ୟ ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp