ୱାସିଂଟନ: ସମ୍ପ୍ରତି କୋଭିଡ୍–୧୯ର କରାଳ ଛାୟା ସାରା ବିଶ୍ବକୁ ଅସ୍ତବ୍ୟସ୍ତ କରିଚାଲିଥିବା ବେଳେ ଆମେରିକାରେ ରହୁଥିବା ବିଦେଶୀ ନାଗରିକମାନଙ୍କ ପାଇଁ ଟ୍ରମ୍ପ୍ ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛିା ଏଭଳି ସ୍ଥିତିରେ ଯେଉଁ ଦେଶ ଆମେରିକାରୁ ନିଜ ପ୍ରବାସୀମାନଙ୍କୁ ଜନ୍ମମାଟିକୁ ଫେରାଇ ଆଣିବାକୁ ଆଦୌ ଚେଷ୍ଟିତ ନୁହେଁ କି ସେ ଦିଗରେ କାଳକ୍ଷେପଣ ନୀତି ଆପଣାଉଛି, ସେହି ଦେଶ ପାଇଁ ଆମେରିକା ସରକାର ଶୁକ୍ରବାର ନୂଆ ଭିସା କଟକଣା ଜାରି କରିଛନ୍ତିା ସଂପୃକ୍ତ ପ୍ରବାସୀମାନେ ଆମେରିକାର ନାଗରିକମାନଙ୍କ ପାଇଁ ଅଯଥାରେ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କ୍ଷୋଭ ପ୍ରକାଶ କରିବା ସହ ଏପରି ସ୍ଥଳେ ସେମାନଙ୍କ ଭିସାକୁ ଆସନ୍ତା ଡିସେମ୍ବର ୩୧ ଯାଏ ସୀମିତ ରଖିବା ପାଇଁ ତତ୍କାଳ କଟକଣା ଲଗାଇଛନ୍ତିା ନିଜ ଦେଶବାସୀଙ୍କୁ ମହାମାରୀ କୋଭିଡ୍ କବଳରୁ ସୁରକ୍ଷିତ ରଖିବା ଉେଦ୍ଦଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛିା ସାତ ଦିନ ଭିତରେ କୌଣସି ଦେଶ ତାହାର ପ୍ରବାସୀମାନଙ୍କୁ ତୁରନ୍ତ ନିଜଦେଶକୁ ଫେରାଇନେବା ବ୍ୟବସ୍ଥା ନକଲେ ଏହି ନୂଆ ଭିସା କଟକଣା ଲାଗୁ କରାଯିବ।
ଆମେରିକାର ନୂଆ ଭିସା କଟକଣା ଲାଗୁ
/sambad/media/post_attachments/wp-content/uploads/2018/11/america.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)