ଆମେରିକାରେ ଏହି କାରଣରୁ ଟିକାକରଣ ପ୍ରକ୍ରିୟାରେ ବ୍ୟବହାର ହେବନି ଚୀନର ସିରିଞ୍ଜ

ନୂଆଦିଲ୍ଲୀ: ପୂରା ବିଶ୍ୱ ଏବେ କରୋନା ମହାମାରୀ ସହ ଯୁଦ୍ଧ ଲଢୁଛି । କରୋନାକୁ ମାତ ଦେବା ପାଇଁ ଅନେକ ଦେଶରେ ଟିକାକରଣକୁ ମଧ୍ୟ ଜୋରଦାର କରିଦିଆଯାଇଛି । ଆମେରିକା ମଧ୍ୟ ଏଥିରୁ ବାଦ ପଡ଼ିନି । କରୋନା ମୁକାବିଲା ପାଇଁ ଆମେରିକାରେ ଟିକାକରଣ ବେସ୍ ଜୋରସୋରରେ ଚାଲିଛି । ଆଉ ଏହାରି ମଧ୍ୟରେ ଟିକାକରଣ ପ୍ରକ୍ରିୟାରେ ଚୀନର ସିରିଞ୍ଜ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଇଛି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ୍ ବା ଏଫଡିଆଇ । ଚୀନର କୌଣସି ବି ସାମଗ୍ରୀକୁ ମେଡିକାଲ କ୍ଷେତ୍ରରେ ବ୍ୟବହାର ନକରିବା ପାଇଁ ଏଫଡିଆଇ ଆମେରିକାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ କହିଛି । ତେବେ ହଠାତ୍ କାହିଁକି ଚୀରର ସିରିଞ୍ଜକୁ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଲା ଆମେରିକା ?
ବାସ୍ତବ କଥାଟି ହୋଇଛି, ଟିକାକରଣ ବେଳେ ଚୀନ୍ ସିରିଞ୍ଜ ବ୍ୟବହାର ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଥିବା ବାରମ୍ବାର ଅଭିଯୋଗ ଆସୁଥିଲା। ଯେପରିକି ଟିକା ନେବା ପରେ ଲୋକଙ୍କ ହାତ ଫୁଲିଯାଉଥିଲା, ଦୀର୍ଘ ଦିନ ଧରି ହାତ ଦରଜ ରହୁଥିଲା । ସବୁଠୁ ବଡ କଥା ହେଉଛି ଟିକା ଦେବା ସମୟରେ ସିରିଞ୍ଜ ଛୁଞ୍ଜି ଭାଙ୍ଗି ବ୍ୟକ୍ତିଙ୍କ ହାତରେ ରହିଯାଉଥିବା ବାରମ୍ବାର ଅଭିଯୋଗ ଆସିଥିଲା । ଯାହାକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକ୍ରିୟାରେ ଚୀନ୍ ସିରିଞ୍ଜକୁ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଇଛି ଆମେରିକା ।
ଏଠାରେ ଆମେ କହିରଖୁଛୁ କି, ଆମେରିକାରେ ଟିକାକରଣ ପ୍ରକ୍ରିୟା ଖୁବ୍ ଜୋରରେ ଆଗେଇ ଚାଲିଛି । ଏବେ ପର୍ଯ୍ୟନ୍ତ ପ୍ରାୟ ୨୮ କୋଟି ଲୋକଙ୍କୁ ଟିକା ଦିଆସରିଲାଣି । ସେଥିମଧ୍ୟରୁ ୧୨ କୋଟିରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି ।

ସମ୍ବନ୍ଧିତ ଖବର