ଓ୍ଵାସିଂଟନ: ଜାତିସଂଘର ସୁରକ୍ଷା ପରିଷଦ ସଦସ୍ୟତା ପାଇଁ ଭାରତର ଦାବିକୁ ଆମେରିକା ସମର୍ଥନ କରୁଛି। ମାତ୍ର ଏହାକୁ ହାସଲ କରିବା ଲାଗି ଭାରତ ପରିଷଦର ଅନ୍ୟ ସଦସ୍ୟଙ୍କ ଭିଟୋ କ୍ଷମତାରେ ସୁଧାର ଆଣିବା ଉପରେ ଆଶା ନରଖିବା ଶ୍ରେୟ ହେବ। ଆତଙ୍କବାଦୀଙ୍କ ପ୍ରତି ସଦୟ ଥିବା ପାକିସ୍ତାନ ସମେତ ଯେ କୌଣସି ରାଷ୍ଟ୍ରକୁ ଆମେରିକା ସମର୍ଥନ କରେନାହିଁ। ସେ ଦୃଷ୍ଟିରୁ ଭାରତର ସ୍ଥିତି ଦୃଢ଼ ଥିବା ବେଳେ ଭାରତ କିନ୍ତୁ ସଦସ୍ୟତା ପାଇଁ ଭିଟୋ କ୍ଷମତା ଢାଞ୍ଚାରେ ପରିବର୍ତ୍ତନ ଆଣିବା ପରି ଭିନ୍ନ ବିକଳ୍ପ ଉପରେ ଜୋର୍ ନଦେଉ। ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ନିକ୍କି ହାଲେ ମଙ୍ଗଳବାର ଏଭଳି ପରାମର୍ଶ ଦେଇଛନ୍ତି।
ହାଲେଙ୍କ କହିବା କଥା ହେଲା, ଜାତିସଂଘର କାର୍ଯ୍ୟଶୈଳୀରେ ସୁଧାର ଆଣିବା ପାଇଁ ଆମେରିକା ଆଗ୍ରହୀ। ଏହାର ସ୍ଥାୟୀ ସଦସ୍ୟତା ଏବଂ ସୁରକ୍ଷା ପରିଷଦ ସଦସ୍ୟତା ପାଇଁ ଥିବା ନିତିନିୟମରେ ପରିବର୍ତ୍ତନ ମଧ୍ୟ ମଧ୍ୟ ଜରୁରୀ। ତେବେ ସୁରକ୍ଷା ପରିଷଦର ସଦସ୍ୟତା ହାସଲ ପାଇଁ ଭାରତ ସେସବୁ ପରିବର୍ତ୍ତନ କଥାରେ ମୁଣ୍ଡ ଖେଳାଇବା ଠିକ୍ ନୁହେଁ। କାରଣ ବର୍ତ୍ତମାନର ସଦସ୍ୟ ରାଷ୍ଟ୍ରମାନେ ଭିଟୋ କ୍ଷମତାକୁ ପରିହାର କରିବାକୁ ଚାହାନ୍ତି ନାହିଁ କି ତାହାକୁ ଅନ୍ୟ କାହାକୁ ସହଭାଗୀ କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ।
ଜାତିସଂଘର ସୁରକ୍ଷା ପରିଷଦ ସଦସ୍ୟତା ପାଇଁ ଆମେରିକାର ପରାମର୍ଶ
ଭାରତ ଭିଟୋ କ୍ଷମତାରେ ସୁଧାର ଆଶା ନକରୁ
/sambad/media/post_attachments/wp-content/uploads/2017/10/UNLogo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)