ଭାରତର ଏସାଟ୍‌ ପରୀକ୍ଷାକୁ ଆମେରିକାର ସମର୍ଥନ

ୱାସିଂଟନ୍‌: ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ର ଏ-ସାଟ୍‌ର ସଫଳ ପରୀକ୍ଷା ପାଇଁ ଭାରତ ଅନ୍ତରୀକ୍ଷରେ ଇତିହାସ ସୃଷ୍ଟି କରିଛି। ମହାକାଶରେ ଭାରତର ଏହି ସଫଳ ପରୀକ୍ଷାକୁ ନାସା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କହିଥିଲା। ଏହାଦ୍ବାରା ମହାକାଶରେ ଆବର୍ଜନା ବଢ଼ୁଛି ଏବଂ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍‌) ପ୍ରତି ଖୁବ୍‌ ବିପଦ ରହିଛି ବୋଲି ନାସା ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆଜି ଆମେରିକା ଆଜି ତାର ମଦ ବଦଳାଇ ଏ କ୍ଷେତ୍ରରେ ଭାରତକୁ ପୂର୍ଣ୍ଣ ସମର୍ଥନ କରିଛି। ଭାରତର ଅନ୍ତରୀକ୍ଷ ଶକ୍ତି ବୃଦ୍ଧି ଦିଗରେ ଏହା ଏକ ଜରୁରୀ ପଦକ୍ଷେପ ଥିଲା ବୋଲି ଆମେରିକା କହିଛନ୍ତି। ତେବେ ମହାକାଶରେ ଆବର୍ଜନା ବଢ଼ାଇବା ଭଳି କାର୍ଯ୍ୟରୁ ଦୂରେଇ ରହିବାପାଇଁ ଆମେରିକା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର