ଆମେରିକା-ତାଲିବାନ୍‌ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ଆଫଗାନିସ୍ତାନ ଛାଡ଼ିବ ଆମେରିକା

କାବୁଲ: ତାଲିବାନ ସହିତ ଆମେରିକାର ଶାନ୍ତି ଚୁକ୍ତି ପ୍ରକ୍ରିୟା ଆଜି ସ୍ବାକ୍ଷରିତ ହୋଇଛି। କତର୍‌ର ଦୋହାରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଉଭୟ ରାଷ୍ଟ୍ର ଏ ନେଇ ପୂର୍ଣ୍ଣ ସହମତି ପ୍ରକାଶ କରିବା ପରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହା ସହିତ ଆଫ୍‌ଗାନିସ୍ତାନରେ ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟିବ। ଏହି ଚୁକ୍ତି ମୁତାବକ ଆମେରିକା ଏବଂ ଏହାର ସାମରିକ ସହଯୋଗୀମାନେ ୧୪ ମାସ ମଧ୍ୟରେ ଆମେରିକା ଛାଡ଼ିବାକୁ ଆଜି ଘୋଷଣା କରାଯାଇଛି। ଆଜି ଦୋହାରେ ତାଲିବାନ ପ୍ରତିନିଧିଙ୍କ ସହିତ ଆଲୋଚନା ପରେ ଏ ବାବଦ ଘୋଷଣା ହୋଇଥିଲା ଏବଂ ଏହାକୁ ବିଭିନ୍ନ ରାଷ୍ଟ୍ର ସ୍ବାଗତ କରିଛନ୍ତି। ଏହି ଶାନ୍ତି ଚୁକ୍ତି ସମ୍ମିଳନୀରେ ଭାରତର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ୮୬୦୦ ଆମେରିକୀୟ ସୈନିକ ଆଫଗାନିସ୍ତାନ ଛାଡ଼ିବେ ବୋଲି ଘୋଷଣା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଫଗାନିସ୍ତାନରୁ ଖୁବ୍‌ଶୀଘ୍ର ପର୍ଯ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିକଟରେ ଦେଶବାସୀଙ୍କୁ ପ୍ରତିଶୃତି ଦେଇଥିଲେ।

ସମ୍ବନ୍ଧିତ ଖବର