ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ବ୍ୟକ୍ତିଗତ ରୋଷେୟାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତ ରୋଷେୟାଙ୍କର ନାମ ତାଫ୍ରି କ୍ୟାମ୍ପବେଲ। କ୍ୟାମ୍ପବେଲ ଘର ନିକଟରେ  ଥିବ‌ା ଏକ ପୋଖରିରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ମାସାଚୁସେଟ୍ସ ଷ୍ଟେଟ ପୁଲିସ ସୂତ୍ରରୁ ପ୍ରକାଶ, ଗତ ସୋମବାର ଏଡଗାର୍ଟାଉନ ଗ୍ରେଟ ପୋଖରୀରୁ ତାଫ୍ରି କ୍ୟାମ୍ପବେଲଙ୍କ ମୃତଦେହ ଅନେକ ଚେଷ୍ଟା ପରେ ଉଦ୍ଧାର କରାଯାଇଥିଲା। କ୍ୟାମ୍ପବେଲ ଓବାମାଙ୍କ ଦ୍ୱାରା ନିଯୁକ୍ତ ହୋଇ ମାର୍ଥାର ଦ୍ରାକ୍ଷାକ୍ଷେତ୍ରକୁ ଆସିଥିଲେ।

ସୂଚାଯୋଗ୍ୟ, ଦୁର୍ଘଟଣା ସମୟରେ ଓବାମା ଘରେ ଉପସ୍ଥିତ ନ ଥିଲେ। ପୂର୍ବତନ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ମିସେଲ ଓବାମା କ୍ୟାମ୍ପବେଲଙ୍କ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରି କହିଛନ୍ତି, ‘କ୍ୟାମ୍ପବେଲ ଆମ ପରିବାରର ଜଣେ ମୁଖ୍ୟ ସଦସ୍ୟ ଭଳି ଥିଲେ।  ଆମେ ତାଙ୍କୁ  ଯେତେବେଳେ ପ୍ରଥମେ ଭେଟିଥିଲୁ, ସେ ହ୍ବାଇଟ ହାଉସରେ ଜଣେ ଦକ୍ଷ ରୋଷେୟା ଭାବେ କାମ କରୁଥିଲେ। ତାଙ୍କର ଖାଦ୍ୟ ଏବଂ ଲୋକଙ୍କୁ ଏକାଠି କରିବାର କ୍ଷମତା ଖୁବ ପ୍ରଶଂସନୀୟ। ସେ ଜଣେ ମଜାଳିଆ, ଅତି ଦୟାଳୁ ଏବଂ ସରଳ ସ୍ବଭାବର ବ୍ୟକ୍ତି ଥିଲେ।

ତେଣୁ ଯେତେବେଳେ ଆମେ ହ୍ବାଇଟ ହାଉସ ଛାଡ଼ିଲୁ ତାଙ୍କୁ ଆମ ସହିତ ରହିବାକୁ ପ୍ରସ୍ତାବ ‌ଦେଇଥିଲୁ। ସେ ବି ଆମ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ସେବେ‌ଠାରୁ ସେ ଆମ ପରିବାରର ଜଣେ ସଦସ୍ୟ ଭଳି ରହି ଆସୁଥିଲେ। ଏତେ କମ ବୟସରୁ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବେ କେହି ଚିନ୍ତା ବି କରି ନଥିଲେ।’