ପାକିସ୍ତାନ ସୀମାରେ ଭାରତ-ଆମେରିକା ମିଳିତ ସମରାଭ୍ୟାସ ଲାଗି ରାଜସ୍ଥାନରେ ପହଞ୍ଚିଲେ ଆମେରିକୀୟ ସୈନିକ

ଜୟପୁର: ସୋମବାର ଠାରୁ ପାକିସ୍ତାନ ସୀମାନ୍ତରେ ଏକ ପକ୍ଷ ବା ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସମରାଭ୍ୟାସରେ ଭାଗ ନେବା ନିମନ୍ତେ ଆମେରିକା ସୈନିକମାନଙ୍କର ଏକ କଣ୍ଟିଜେଣ୍ଟ୍‌ ରାଜସ୍ଥାନରେ ପହଞ୍ଚିଥିବା କଥା ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି।

ସ୍ୱତନ୍ତ୍ର ବିମାନରେ ଆସିଥିବା ୨୭୦ଜଣ ଆମେରିକୀୟ ସୈନିକ ସୁରତଗଡ଼ରେ ପହଞ୍ଚି ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଥିବା ‘ମହାଜନ ଫିଲ୍‌ଡ୍‌ ଫାଇରିଙ୍ଗ୍‌ ରେଞ୍ଜ୍‌’ ଅଭିମୁଖେ ଯାଇଛନ୍ତି ବୋଲି ପ୍ରତିରକ୍ଷା ମୁଖପାତ୍ର ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଅମିତାଭ ଶର୍ମା ଶନିବାର ଦିନ କହିଛନ୍ତି।

Image Courtesy of The Print

ସାମରିକ ବିନିମୟ କାର୍ଯ୍ୟକ୍ରମରେ ‘ମହାଜନ ଫିଲ୍‌ଡ୍‌ ଫାଇରିଙ୍ଗ୍‌ ରେଞ୍ଜ୍‌’ ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ସାମରାଭ୍ୟାସର ୧୬ଶ ସଂସ୍କରଣ ବୋଲି ସେ କହିଛନ୍ତି। ଏହି ସମରାଭ୍ୟାସ ଫେବ୍ରୁଆରି ୨୧ ପର୍ଯ୍ୟନ୍ତ ଚାଲିବ। ଏହି ସମରାଭ୍ୟାସରେ ଅଂଶଗ୍ରହଣ କରୁଥିବା ଭାରତୀୟ ସୈନିକମାନେ ଜମ୍ମୁ ଓ କଶ୍ମୀର ରାଇଫଲ୍‌ସ୍‌ର ସପ୍ତଶକ୍ତି କମାଣ୍ଡ୍‌ର ୧୧ଶ ବାଟାଲିୟାନ୍‌ର ବୋଲି ଲେଫ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଶର୍ମା କହିଛନ୍ତି।

ସେହିଭଳି ଏଥିରେ ଭାଗ ନେଉଥିବା ଆମେରିକୀୟ ସୈନିକମାନେ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ସେନାର ୨, ପଦାତିକ ବାଟାଲିୟନ୍‌, ୩, ପଦାତିକ ରେଜିମେଣ୍ଟ୍‌ ଏବଂ ୧-୨ ଷ୍ଟ୍ରାଇକର୍‌ ବ୍ରିଗ୍ରେଡ୍‌ କମ୍ବାଟ୍‌ ଟିମ୍‌।

ସମ୍ବନ୍ଧିତ ଖବର