ଯୁଦ୍ଧ ଘନଘଟା ଆଡ଼କୁ ଠେଲି ହୋଇଯାଉଛି ଏସିଆ, ଚୀନ ଉପକୂଳରେ ଆମେରିକାର ୨ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ : ନିଜ ପଡ଼ୋଶୀମାନଙ୍କ ପ୍ରତି ଚୀନର ଦାଦାଗିରି ବଢିଚାଲିଥିବାରୁ ସମଗ୍ର ଏସିଆ ଦିନକୁ ଦିନ ଯୁଦ୍ଧର ଘନଘଟା ମଧ୍ୟକୁ ଠେଲି ହୋଇଯାଉଛି । ଚୀନ ଗୋଟିଏ ପଟେ ଭାରତ ସୀମାରେ ଯୁଦ୍ଧ ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଅନ୍ୟପଟେ ତାଇଓ୍ଵାନ, ଭିଏତନାମ, ଜାପାନ ଆଦି ଦେଶଙ୍କ ସହ ବିବାଦ ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ଭାରତର ଉତ୍ତର ସୀମାଠାରୁ ଆରମ୍ଭ କରି ଜାପାନ ସାଗର ପର୍ଯ୍ୟନ୍ତ ସମରସଜ୍ଜା ଚାଲିଛି । ସମସ୍ତଙ୍କ ଟାର୍ଗେଟରେ ଚୀନ ରହିଛି ।

image credit : USS Theodore Roosevelt

ବିଶ୍ୱର ସୁପରପାଓ୍ଵାର ଆମେରିକା ଏହି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକାର ଦୁଇଟି ଶକ୍ତିଶାଳୀ ବିମାନବାହୀ ଯୁଦ୍ଧପୋତ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଓ ୟୁଏସଏସ ନିମିଜ ଦକ୍ଷିଣ-ପୂର୍ବ ଏସିଆ ନିକଟରେ ଚୀନ ଉପକୂଳରେ ପହଞ୍ଚି ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଫିଲିପାଇନ୍ସ ଉପକୂଳରେ ଏହି ଦୁଇଟି ଜାହାଜ ଗତ ୨୧ ଓ ୨୨ ତାରିଖରେ ଯୁଦ୍ଧାଭ୍ୟାସ କରିଥିଲେ ।
ଏସବୁ ଜାହାଜରେ ଆମେରିକାର ଅତ୍ୟାଧୁନିକ ଲଢୁଆ ବିମାନ ଏଫ-୧୬,ବି-୫୨, ଆପାଚେ ଆଦି ମୁତୟନ ରହିଛି । ଏସବୁ ଗୁଡ଼ିକୁ ବ୍ୟବହାର କରି ଆମେରିକା ଯୁଦ୍ଧାଭ୍ୟାସ କରିଥିଲା ।

ଅନ୍ୟପକ୍ଷରେ ଜାପାନ ମଧ୍ୟ ନିଜ ଉପକୂଳରେ ମିସାଇଲ ଓ ମିସାଇଲ ଡିଫେନ୍ସ ସିଷ୍ଟମ ସଜାଇଛି । ଚୀନପଟୁ ବିପଦ ଆଶଙ୍କା କରି ଜାପାନ ଏହି ପଦକ୍ଷେପ ନେଇଛି ।

ସମ୍ବନ୍ଧିତ ଖବର