ବେକରୁ ରୁଦ୍ରାକ୍ଷ ମାଳ ନ କାଢ଼ିବାରୁ ଛାଡ଼ପତ୍ର ଦେବା ପାଇଁ କହିଲା ସ୍ୱାମୀ, ସବୁ ଛାଡ଼ି ଭାରତୀୟ ସଂସ୍କୃତିକୁ ଜାଣିବା ପାଇଁ ଭାରତ ଆସିଲେ ଏହି ଆମେରକୀୟ ମହିଳା

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ପାମେଲା ଇବ୍‌ ସୋଲୋମନ ଭାରତୀୟ ସଂସ୍କୃତି ପ୍ରତି ଥିବା ତାଙ୍କର ଭଲ ପାଇବା ପାଇଁ ସବୁ କିଛି ପରିତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାଇଥିବା ଜଣାପଡ଼ିଛି । ଭାରତୀୟ ସଂସ୍କୃତି ପ୍ରତି ଅକର୍ଷିତ ହୋଇ ପାମେଲା ଏକ ରୁଦ୍ରାକ୍ଷ ମାଳ ପିନ୍ଧିଥିଲେ। ଯାହା ତାଙ୍କ ସ୍ୱାମୀଙ୍କୁ ପସନ୍ଦ ନଥିଲା । ଏ ନେଇ  ଉଭୟ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ କଥା ଛାଡ଼ପତ୍ରରେ ଯାଇ ପହଞ୍ଚିଥିଲା । କିନ୍ତୁ ପାମେଲା ନିଜ ବେକରୁ ରୁଦ୍ରାକ୍ଷ ମାଳ କାଢ଼ିବାକୁ ପ୍ରସ୍ତୁତ ହୋଇ ନଥିଲେ । ଏବେ ଏହି ମାମଲା କୋର୍ଟରେ ଯାଇ ପହଞ୍ଚିଥିବା ଜଣା ପଡ଼ିଛି ।

Isha Sadhguru

ସୂଚନା ମୁତାବକ, ସ୍ୱାମୀ ଛାଡ଼ପତ୍ର ମାଗିବା ପରେ ପାମେଲା ପଛକୁ ନ ହଟି ଏବେ ଭାରତ ଆସିଛନ୍ତି । ଏବେ ସେ ସ୍ୱାଧୀନ ଏବଂ ଭାରତୀୟ ସଂସ୍କୃତିକୁ ଖୁବ୍‌ ପାଖରୁ ଜାଣିପାରିବେ ବୋଲି ଭାବି ଆମେରିକାରୁ ଆସି ହରିୟାଣାର ରହିବା ଆରମ୍ଭ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଆମେରିକାର ଲୋକମାନଙ୍କ ମଧ୍ୟରେ ଆତ୍ମୀୟତା ଏବଂ ସମ୍ବେଦନଶୀଳତା ପ୍ରଚୁର ମାତ୍ରାରେ ରହିଥିବା ବେଳେ ସେମାନଙ୍କ ମନରେ ଭାବନାର ଅଭାବ ରହିଛି । ସେଥିପାଇଁ ସେ ହରିୟାଣା ଆସି ସ୍କୁଲରେ ପିଲାମାନଙ୍କୁ ପଢ଼ାଇବା ସହ ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଜାଣିବାକୁ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର