ଆମେଠି ଲୋକସଭା ଆସନ: ୫ ଗାନ୍ଧୀ ପରାଜିତ ହୋଇଛନ୍ତି, କେବଳ ରାଜୀବ-ସୋନିଆଙ୍କ ନାମରେ ରହିଛି ଜିତିବା ରେକର୍ଡ

ଆମେଠି: ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନ ଏବଂ ଗାନ୍ଧୀ ପରିବାର ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଏହି ଲୋକସଭା ଆସନରୁ ୫ ଗାନ୍ଧୀ ପରାଜିତ ହୋଇଛନ୍ତି। ସେମାନେ ଲଗାତାର ଏହି ଆସନରୁ ବିଜୟୀ ହୋଇ ପାରି ନାହାନ୍ତି। ତେବେ ଲଗାତାର ବିଜୟ ରେକର୍ଡ କେବଳ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାମରେ ରହିଛି।

୧୯୬୭ଠାରୁ ୨୦୧୯ ମଧ୍ୟରେ ୧୬ଥର ଲୋକସଭା ନିର୍ବାଚନ ହୋଇଛି। ଏହି ଆସନରୁ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ କିଏ ଜବାହରଲାଲ ନେହେରୁଙ୍କ ନିକଟତମ ଥିଲେ ତ ଅନ୍ୟ କିଏ ଗାନ୍ଧୀ ପରିବାର ସଦସ୍ୟଙ୍କ ନିକଟତମ ଥିଲେ। ୧୯୭୬ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଛୋଟ ପୁଅ ସଞ୍ଜୟ ଗାନ୍ଧୀ ଏହି ଲୋକସଭା ଆସନକୁ ଯିବା ପରେ ଏହି ଆସନ ସହିତ ଗାନ୍ଧୀ ପରିବାର ସିଧାସଳଖ ଯୋଡି ହୋଇଥିଲେ।

ସଞ୍ଜୟ ଗାନ୍ଧୀ, ମେନକା ଗାନ୍ଧୀ, ରାଜମୋହନ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଗୋପାଳ ସ୍ବରୂପ ଗାନ୍ଧୀ ଏହି ଆସନରୁ ଲଢ଼ିଥିଲେ। ତେବେ ସେମାନଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ମାତ୍ର ରାଜୀବ ଏବଂ ସୋନିଆ ଏହି ଆସନରୁ ଲଗାତାର ବିଜୟ ହିଁ ହାସଲ କରିଛନ୍ତି।

ଚଳିତ ୨୦୨୪ ନିର୍ବାଚନରେ ଗାନ୍ଧୀ ପରିବାରର କିଏ ଏହି ଆସନରୁ ଲଢ଼ିବେ ତାହା ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ନିଶ୍ଚିତ ହୋଇ ନାହିଁ। ଫଳରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କଂଗ୍ରେସ ଏହି ଆସନକୁ ନେଇ କିଭଳି ରଣନୀତି ଆପଣେଇବାକୁ ଯାଉଛି ସେନେଇ ରାଜନୈତିକସ୍ତରରେ ଅଙ୍କକଷା ଜାରି ରହିଛି।

ସମ୍ବନ୍ଧିତ ଖବର