ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ ସମ୍ପର୍କରେ ମୋ ସହିତ ବର୍ତ୍ତମାନ ସୁଦ୍ଧା କେହି ଆଲୋଚନା କରିନାହାନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ସଂସ୍କାର ମାମଲାରେ କୋର୍ଟଙ୍କ ଦ୍ବାରା ନିଯୁକ୍ତ ସହ ଆମିକସ୍‌ କ୍ୟୁରୀ ପ୍ରିୟା ହିଙ୍ଗୋରାନୀ। ଆମିକସ୍‌ କ୍ୟୁରୀ ରଣଜିତ୍‌ କୁମାରଙ୍କ ସହିତ ଆଲୋଚନା କରିଛନ୍ତି କି ନାହିଁ ସେ ସମ୍ପର୍କରେ ମୁଁ କହିପାରିବି ନାହିଁ। ଯଦି ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଆବେଦନ ଦାଖଲ କରାଯାଏ ଏବଂ ଆବେଦନର ନକଲ ଆମକୁ ଦିଆଯାଏ ତାହେଲେ ଆମେ କୋର୍ଟକୁ ଆମର ପରାମର୍ଶ ଦେବୁ ବୋଲ ‘ସମ୍ବାଦ’ ପକ୍ଷରୁ କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।। ସହ ଆମିକସ୍‌ କ୍ୟୁରୀଙ୍କ କହିବା ଅନୁସାରେ ଏହି ପ୍ରସଙ୍ଗ ସର୍ବୋଚ୍ଚ ନ୍ୟାୟାଳୟକୁ ଆସିବାର ସ୍ଥିତିରେ ଅଛି କି ନାହିଁ ତାହା ତାଙ୍କ ସଜ୍ଞାନରେ ନାହିଁ। ଯଦି ମାମଲା କୋର୍ଟକୁ ଆସିବ ସେତେବେଳେ ଦେଖାଯିବ। ବର୍ତ୍ତମାନ ରାଜ୍ୟ ସରକାର, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟ ରଥଯାତ୍ରା ପାଳନ ସମ୍ପର୍କରେ ବିଚାରବିମର୍ଶ ଜାରି ରଖିଥିବାର ସେ ଅବଗତ ଅଛନ୍ତି। କରୋନା ଭୂତାଣୁ ଯୋଗୁଁ ସାମାଜିକ ଦୂରତାକୁ ବଜାୟ ରଖିବାକୁ ପଡ଼ିବ। ରଥଯାତ୍ରା ପାଳନ ସମ୍ପର୍କରେ ନିଷ୍ପତ୍ତି ସେମାନଙ୍କୁ ନେବାକୁ ପଡ଼ିବ, ଆମିକସ୍ କ୍ୟୁରୀଙ୍କ କାର୍ଯ୍ୟ କୋର୍ଟରେ ପରାମର୍ଶ ଦେବାର ବୋଲି ପ୍ରିୟା ହି‌େଙ୍ଗାରାନୀ କହିଛନ୍ତି।