ଚୀନ୍ ସହ ସୀମା ବିବାଦ ଲାଗିଥିବା ବେଳେ ପୂର୍ବ ଲଦାଖରେ ‘ମାର୍କୋସ୍‌’ କମାଣ୍ଡୋ ମୁତୟନ କଲା ଭାରତୀୟ ନୌସେନା

ଲଦାଖ: ଚୀନ୍ ସହ ସୀମା ବିବାଦ ଲାଗିଥିବା ବେଳେ ଭାରତୀୟ ନୌସେନା ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ‘ମାର୍କୋସ୍‌’ କମାଣ୍ଡୋ ମୁତୟନ କରିଛି।

ତିନି ବାହିନୀ ମଧ୍ୟରେ ଐକ୍ୟଭାବ ବୃଦ୍ଧି କରିବା ଏବଂ ନୌସେନା କମାଣ୍ଡୋମାନଙ୍କୁ ଭୀଷଣ ଥଣ୍ଡା ପରିସ୍ଥିତି ଖାପଖୁଆଇବା ହେଉଛି ପୂର୍ବ ଲଦାଖରେ ‘ମାର୍କୋସ୍‌’ ମୁତୟନ କରାଯିବାର ଉଦ୍ଦେଶ୍ୟ। ସୀମାରେ ସଂଘର୍ଷ ଆରମ୍ଭ ହେବା ଦିନ ଠାରୁ ସେ ଅଞ୍ଚଳରେ ଭାରତୀୟ ବାୟୁସେନାର ଗରୁଡ଼ ଅପରେଟିଭ୍‌ ଏବଂ ସେନାବାହିନୀର ପାରା ସ୍ପେସାଲ୍‌ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ଛଅ ମାସରୁ ଊର୍ଦ୍ଧ୍ବ ହେବ ଏହି ସ୍ବତନ୍ତ୍ର ସୈନିକମାନେ ସେଠାରେ ରହିଲେଣି।

Image Courtesy of ANI

ପାଙ୍ଗୋଙ୍ଗ୍ ହ୍ରଦରେ ଅଭିଯାନ ଚାଲୁ ରଖିବା ନିମନ୍ତେ ଖୁବ୍‌ ଶୀଘ୍ର ନୌସେନାର କମାଣ୍ଡୋମାନଙ୍କୁ ନୂଆ ବୋଟ୍‌ ମିଳିବ ବୋଲି ସରକାରୀସୂତ୍ରରୁ ଜଣାପଡ଼ିଛି।

ସେହିଭଳି, ଆତଙ୍କବାଦ ମୁକାବିଲା ନିମନ୍ତେ ମଧ୍ୟ ଭାରତୀୟ ‌ନୌସେନା ଜମ୍ମୁ ଓ କଶ୍ମୀରର ଉଲାର ହ୍ରଦ ଅଞ୍ଚଳରେ ‘ମାର୍କୋସ୍‌’ ଟିମ୍ ମୁତୟନ କରିଛି।

 

ସମ୍ବନ୍ଧିତ ଖବର