ଭାରତର ସରକାରୀ ଓ ବ୍ୟାଙ୍କିଙ୍ଗ ୱେବସାଇଟ ଉପରେ ସାଇବର ଆକ୍ରମଣ କରିବାକୁ ଚୀନର ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ : ଚୀନ କେବଳ ସୀମାରେ ଭାରତ ଉପରେ ଆକ୍ରମଣ କରୁନାହିଁ ସାଇବର କ୍ଷେତ୍ରରେ ମଧ୍ୟ ଆକ୍ରମଣ ଉଦ୍ୟମ ଆରମ୍ଭ କରିଦେଇଛି । ଚୀନର ହ୍ୟାକରମାନେ କେତେକ ସରକାରୀ ୱେବସାଇଟ ଓ ବ୍ୟାଙ୍କିଙ୍ଗ ୱେବସାଇଟକୁ ଟାର୍ଗେଟ କରିଛନ୍ତି । ତେବେ ଏହି ସାଇବର ଆକ୍ରମଣକୁ ଭାରତ ପକ୍ଷରୁ ସଫଳତାର ସହ ବିଫଳ କରିଦିଆଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନର ହ୍ୟାକରମାନେ ଡିଡିଓଏସ (ଡିଷ୍ଟ୍ରିବୁଟେଡ ଡିନାୟାଲ ଅଫ ସର୍ଭିସ) ମାଧ୍ୟମରେ ସରକାରୀ ଓ ବ୍ୟାଙ୍କିଙ୍ଗ େଓ୍ଵବସାଇଟକୁ ହ୍ୟାକ କରିବାକୁ ଉଦ୍ୟମ କରିଥିଲେ । ଚୀନର ସହର ଚେଙ୍ଗଡୁରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି ।

ଏଠାରେ ବିଚାରଯୋଗ୍ୟ ଯେ, ଏହି ଚେଙ୍ଗଡୁ ସହରରେ ହିଁ ଚୀନର ପିପୁଲ୍ସ ଲିବରେସନ ଆର୍ମିର ୟୁନିଟ ୬୧୩୯୮ ଅବସ୍ଥିତ । ଏହି ୟୁନିଟ ହେଉଛି ଚୀନ ସେନାର ମୁଖ୍ୟ କଭର୍ଟ ସାଇବର ଓ୍ଵାରଫେୟାର ୟୁନିଟ । ଗତ ୨୦୦୬ରୁ ବିଭିନ୍ନ ଦେଶର ସରକାରୀ ୱେବସାଇଟ ଓ କମ୍ପାନି ୱେବସାଇଟମାନଙ୍କ ଉପରେ ସାଇବର ଆକ୍ରମଣ କରିଆସୁଛି । ଏହି ଆକ୍ରମଣ ମଙ୍ଗଳବାରଠାରୁ ଆରମ୍ଭ ହୋଇ ବୁଧବାର ପର୍ଯ୍ୟନ୍ତ ଚାଲିଥିଲା ।
ଚୀନ ୧୯୯୦ ଦଶକରୁ ହିଁ ସାଇବର ୱେରଫେୟାର ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି । ନିଜର ମିଲିଟାରୀ ଅଧୁନିକୀକରଣର ଏକ ଅଂଶ ଭାବେ ଚୀନ ଏହାକୁ ଆରମ୍ଭ କରିଥିଲା । ବିଭିନ୍ନ ଉପାୟରେ ଅନ୍ୟଦେଶର ଡାଟା ଚୋରୀ କରିବା ମଧ୍ୟ ଚୀନର ଏକ ସରକାରୀ ନୀତି ରହିଆସିଛି ।

ସମ୍ବନ୍ଧିତ ଖବର