ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତଠାରୁ ଛଡ଼ାଇ ଆଣିବୁ : ଓଲି

କାଠମାଣ୍ଡୁ : ଗତ ବର୍ଷ ଭାରତ ଓ ନେପାଳ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିବାବେଳେ ଉଭୟ ଦେଶର ଉଦ୍ୟମକ୍ରମେ ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ସ୍ଥିତିକୁ ପୁଣି ବିଗାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ନେପାଳର ସଂସଦରେ ଓଲ କହିଛନ୍ତି ଯେ ଭାରତଠାରୁ ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଫେରାଇ ନେବାକୁ ସେ ପ୍ରତିଜ୍ଞାବଦ୍ଧ ।  ଭାରତ ସହ କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ଏହା କରାଯିବ । ସୁଗୋଲି ଚୁକ୍ତି ଅନୁସାରେ ଏସବୁ  ଅଞ୍ଚଳ ନେପାଳର ବୋଲି ସେ ଦାବି କରିଛନ୍ତି ।

ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତୀୟ ସୀମା ମଧ୍ୟରେ ଆସୁଥିବାବେଳେ ଗତ ବର୍ଷଠାରୁ ନେପାଳ ଏହାକୁ ନିଜର ବୋଲି କହୁଛି । ନେପାଳକୁ ଉସୁକାଇ ଚୀନ ଭାରତ ସହ ଉତ୍ତେଜନା ସୃଷ୍ଟି କରୁଥିବା ଅନୁମାନ କରାଯାଉଛି ।

ଗତବର୍ଷ ଏପ୍ରିଲ ମାସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲିପୁଲେଖ ପାସ ନିକଟରେ ଏକ ୮୦ କିମି ଲମ୍ବ ରାସ୍ତା ଓ ପୋଲ ଉଦଘାଟନ କରିବାପରେ ନେପାଳ ତାହାକୁ ବିରୋଧ କରିଚାଲିଛି । ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳକୁ ନିଜର ଅଞ୍ଚଳ ଦର୍ଶାଇ ନିଜ ସଂସଦରେ ଏକ ପ୍ରସ୍ତାବ ଗୃହୀତ କରିଛି ।

ସମ୍ବନ୍ଧିତ ଖବର