ସଶସ୍ତ୍ର ବାହିନୀର ଶକ୍ତି ବଢ଼ାଇବା ପାଇଁ ୨୧ଟି ମିଗ -୨୯ ଏବଂ ୧୨ଟି ସୁଖୋଇ-୩୦ଏମକେଆଇ ବିମାନ କ୍ରୟ କରିବ ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ଦିନ ୨୧ଟି ମିଗ -୨୯ କ୍ରୟ ପ୍ରସ୍ତାବ ସହିତ ଭାରତୀୟ ବାୟୁସେନାର ଥିବା ମିଗ -୨୯ବିମାନର ନବୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହ, ୧୨ଟି ସୁଖୋଇ-୩୦ଏମକେଆଇ ବିମାନ କ୍ରୟ ପାଇଁ ସବୁଜ ସଙ୍କେତ ମଧ୍ୟ ଦେଇଛି | ରୁଷରୁ ମିଗ୍ -୨୯କ୍ରୟ ଏବଂ ନବୀକରଣର ପାଇଁ  ୭୪୧୮ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡରୁ ସୁଖୋଇ-୩୦ଏମକେଆଇ ବିମାନ କ୍ରୟ ପାଇଁ ଆନୁମାନିକ ମୂଲ୍ୟ ୧୦,୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡ଼ିଛି। ନୂତନ ବିମାନ କ୍ରୟ ଏବଂ ନବୀକରଣ ପାଇଁ ପ୍ରସ୍ତାବ ଜୁଲାଇ ୨ରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଅନୁମୋଦନ କରାଯାଇଥିଲା। ମୋଟାମୋଟି ଭାବେ ଆନୁମାନିକ ୩୮,୯୦୦ କୋଟି ଟଙ୍କାର ପ୍ରସ୍ତାବକୁ ଏହି ବୈଠକରେ ଅନୁମୋଦନ କରାଯାଇଥିଲା।

ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ପରିସ୍ଥିତିରେ ଆମର ସୀମା ରକ୍ଷା କରିବାକୁ ସଶସ୍ତ୍ର ବାହିନୀକୁ ମଜବୁତ କରିବା ପାଇଁ ଜୁଲାଇ୨, ୨୦୨୦ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତୀୟ ସଶସ୍ତ୍ର ବାହିନୀ ଆବଶ୍ୟକ କରୁଥିବା ବିଭିନ୍ନ ଉପକରଣର ପାଇଁ ପୁଞ୍ଜି ଅଧିଗ୍ରହଣ ନେଇ ଅନୁମୋଦନ ପ୍ରଦାନ କରାଯାଇଥିଲା। ବୈଠକରେ ଆନୁମାନିକ ମୂଲ୍ୟ ୩୮,୯୦୦ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।

Finally, squadron of Sukhoi-30 MKI jets gets inducted in South India
Business Today

ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ଅନୁମୋଦନଗୁଡିକରେ ଭାରତୀୟ ଶିଳ୍ପରୁ ୩୧,୧୩୦ କୋଟି ଟଙ୍କା ଅଧିଗ୍ରହଣ ଅନ୍ତର୍ଭୁକ୍ତ। ଡିଆରଡିଓ ଦ୍ବାରା ସ୍ୱଦେଶୀ ଶିଳ୍ପକୁ ଟେକ୍ନୋଲୋଜି ସ୍ଥାନାନ୍ତର ହେତୁ  ବହୁ ସଂଖ୍ୟକ ପ୍ରକଳ୍ପ ସମ୍ଭବ ହୋଇପାରିଛି। ଏଥିମଧ୍ୟରେ ପିନାକା ଗୁଳି, ବିଏମ୍ପି ସାମରିକ ଅସ୍ତ୍ରଶସ୍ତ୍ର ଅପଗ୍ରେଡ୍ ଏବଂ ସେନା ପାଇଁ ସଫ୍ଟୱେର୍ ଡିଫାଇନଡ୍ ରେଡିଓ, ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ୍ ସିଷ୍ଟମ୍ ଏବଂ ନୌସେନା ଏବଂ ବାୟୁସେନା ପାଇଁ ଆଷ୍ଟ୍ରା ମିସାଇଲ୍ ଅନ୍ତର୍ଭୁକ୍ତ। ଏହାର ଡିଜାଇନ୍ ଏବଂ ବିକାଶ ପ୍ରସ୍ତାବଗୁଡ଼ିକର ମୂଲ୍ୟ ୨୦୪୦୦କୋଟି ଟଙ୍କା ମଧ୍ୟରେ ରହିଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର