ସୀମାରେ ଥିବା ନିଜ ସୈନ୍ୟଙ୍କ ବ୍ୟୟଭାର ପାକିସ୍ତାନକୁ ବାଧୁଛି, ସେଥିପାଇଁ ଉତ୍ତେଜନା ହ୍ରାସ କରିବାକୁ ଚାହୁଁଛି

ନୂଆଦିଲ୍ଲୀ : ବାଲାକୋଟ ଏୟାରଷ୍ଟ୍ରାଇକ ଓ ତାପରେ ହୋଇଥିବା ଘଟଣାକ୍ରମ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ସୀମାରେ ନିଜର ଅସ୍ତ୍ରଶସ୍ତ୍ର ଓ ସେନା ଓ ଲଢୁଆ ବିମାନ ମୃତୟନ କରିଥିଲେ । କିନ୍ତୁ ଏହି ଉତ୍ତେଜନା ହ୍ରାସ କରିବା ପାଇଁ ପାକିସ୍ତାନ ଭାରତକୁ ନିବେଦନ କରିଥିବା ଜଣାଯାଇଛି ।ଗତ ଏପ୍ରିଲ ମଧ୍ୟଭାଗରେ ପାକିସ୍ତାନ ପକ୍ଷରୁ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ନିବେଦନ କରାଯାଇଥିବା ଜଣାଯାଇଛି । ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ଅପସାରଣ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି । ଏହାଛଡା ଦୁଇପଟୁ ଚାଲିଥିବା ଗୋଳାବର୍ଷଣ ମଧ୍ୟ ବନ୍ଦ କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଛି ।
କେତେକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ଉଭୟ ଦେଶ ସୀମାରେ ନିଜର ସ୍ୱତନ୍ତ୍ର ଫୋର୍ସ ଓ ଯୁଦ୍ଧ ବିମାନ ମୃତୟନ କରିଥିବାରୁ ପାକିସ୍ତାନର ବ୍ୟୟଭାର ବଢିଚାଲିଛି । ଗୁରୁତର ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନ ଏହି ବ୍ୟୟଭାର ଦୀର୍ଘ ଦିନ ଧରି ଉଠାଇବାକୁ ସକ୍ଷମ ନୁହେଁ । ଏଥିପାଇଁ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ପ୍ରସ୍ତାବ ଦେଇଛି । କିନ୍ତୁ ଏହା କ୍ଷଣସ୍ଥାୟୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କାରଣ ନିଜର ଆର୍ଥିକ ସ୍ଥିତି ସୁଧୁରିଲେ ପାକିସ୍ତାନ ପୁଣି ନିଜର ପୁରୁଣା ଅଭ୍ୟାସ ବାହାର କରିବ ।

ସମ୍ବନ୍ଧିତ ଖବର