ନୂଆଦିଲ୍ଲୀ: ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏପ୍ରିଲ୍ ୨୧ ତାରିଖରେ ଭାରତରେ ପହଞ୍ଚିବେ ବୋଲି ରବିବାର ଦିନ ତାଙ୍କ କାର୍ଯ୍ୟାଳୟ ସୁନିଶ୍ଚିତ କରିଛି।
ବ୍ରିଟିସ୍ର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମେ ଭାରତ ଗସ୍ତରେ ଆସୁଥିବା ବୋରିସ୍ ଜନ୍ସନ୍ ଏପ୍ରିଲ୍ ୨୧ ତାରିଖରେ ଅହମଦାବାଦରୁ ଭାରତ ଗସ୍ତ ଆରମ୍ଭ କରିବେ। ସେଠାରେ ସେ ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟି ଇଂଲଣ୍ଡ୍ ଓ ଭାରତ ମଧ୍ୟରେ ସମୃଦ୍ଧ ବାଣିଜ୍ୟ ବ୍ୟବସାୟ ଏବଂ ଜନସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ହେଉଛି ଜଣେ ବ୍ରିଟିସ୍ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଜରାଟ ଗସ୍ତ।
Image Courtesy of India TV Newsଗସ୍ତ ପୂର୍ବରୁ ବୋରିସ୍ କହିଛନ୍ତି, ଶାନ୍ତି ଓ ସମୃଦ୍ଧି ପ୍ରତି ଅଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କଠାରୁ ବିପଦ ଥିବାରୁ ଗଣତାନ୍ତ୍ରିକ ବନ୍ଧୁମାନେ ଏକଜୁଟ ହୋଇ ରହିବା ଗୁରୁତ୍ବପୂର୍ଣ୍ଣ ଅଟେ। ପ୍ରମୁଖ ଅର୍ଥନୈତିକ ଶକ୍ତି ଏବଂ ବିଶ୍ବର ବୃହତ୍ତମ ଗଣତନ୍ତ୍ର ହୋଇଥିବାରୁ ଏହି ଅନିଶ୍ଚିତ ସମୟରେ ଭାରତକୁ ଇଂଲଣ୍ଡ୍ର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ବିବେଚନା କରୁଛୁ।
ସେ ଆହୁରି ମଧ୍ୟ କହିଛନ୍ତି, ମୋର ଭାରତ ଗସ୍ତ କର୍ମସଂସ୍ଥାନ ସୃଷ୍ଟି ଠାରୁ ଆରମ୍ଭ କରି ଅର୍ଥନୈତିକ ଅଭିବୃଦ୍ଧି ଓ ଶକ୍ତି ନିରାପତ୍ତା ଠାରୁ ପ୍ରତିରକ୍ଷା ପର୍ଯ୍ୟନ୍ତ, ଉଭୟ ଦେଶବାସୀଙ୍କ ସ୍ବାର୍ଥବିଜଡ଼ିତ ପ୍ରସଙ୍ଗରେ ଗୁରୁତ୍ବାରୋପ କରିବ।
ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ଏହା ପରେ ପ୍ରଧାନମନ୍ତ୍ରୀ ବୋରିସ୍ ନୂଆଦିଲ୍ଲୀ ଗସ୍ତ କରି ଏପ୍ରିଲ୍ ୨୨ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/boris.jpg)