ସୁରକ୍ଷା ଦୃଷ୍ଟିରୁ ଅଭିନନ୍ଦନଙ୍କୁ ଶ୍ରୀନଗରରୁ ପଶ୍ଚିମାଞ୍ଚଳ ସେକ୍ଟରକୁ ବଦଳି କଲା ଭାରତୀୟ ବାୟୁସେନା, ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ଓ୍ଵିଙ୍ଗ୍ କମାଣ୍ଡର୍
ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପକ୍ଷରୁ ତାଙ୍କୁ ଶ୍ରୀନଗରରୁ ପଶ୍ଚିମାଞ୍ଚଳ ସେକ୍ଟରକୁ ବଦଳି କରାଯାଇଛି। ପଶ୍ଚିମାଞ୍ଚଳ ସେକ୍ଟରର ପାକିସ୍ତାନ ସୀମାରେ ଅଭିନନ୍ଦନଙ୍କୁ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ମିଳିଛି। ଅଭିନନ୍ଦନଙ୍କ ନିଯୁକ୍ତି ନିର୍ଦ୍ଦେଶନାମା ଜାରି ହେବା ସହ ସେ ଖୁବ୍ ଶୀଘ୍ର ପଶ୍ଚିମାଞ୍ଚଳ ସେକ୍ଟରର କାର୍ଯ୍ୟଭାର ତୁଲାଇବେ ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ତେବେ ସୁରକ୍ଷା ଦୃଷ୍ଟିରୁ ତାଙ୍କ ନୂଆ ନିଯୁକ୍ତିକୁ ନେଇ ଅନେକ ତଥ୍ୟ ଗୁପ୍ତ ରଖାଯାଇଛି। ତେବେ, ସେ ଏବେ ବିମାନ ଉଡ଼ାଇବାକୁ ସମର୍ଥ ବୋଲି କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଯୁଦ୍ଧ ବିମାନ ଏଫ୍-୧୬ ଫେବ୍ରୁଆରି ୨୭ ତାରିଖରେ ଭାରତ ସୀମା ଡେଇଁ ଆକ୍ରମଣ କରିବାକୁ ପଶି ଆସିବା ବେଳେ ତାକୁ ଗୋଡ଼େଇ ଗୋଡ଼େଇ ପାକ୍ ସୀମାକୁ ପଶି ଯାଇଥିଲେ। ଏହାପରେ ତାଙ୍କ କ୍ଷେପଣାସ୍ତ୍ର ମାଡ଼ରେ ଧ୍ବଂସ ପାଇଥିଲା ଏଫ୍-୧୬ । ପରେ ତାଙ୍କ ବିମାନ ମଧ୍ୟ ଜଖମ ହୋଇ ଯାଇଥିଲା। ଭାରତୀୟ ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନ ପାକ୍ ସୀମାରେ ଖସି ପଡ଼ିଥିଲେ। ସେଠାରେ ଖସି ପଡ଼ି ୫୦ ଘଣ୍ଟା ପର୍ଯ୍ୟନ୍ତ ଶତ୍ରୁ ଦେଶରେ ବନ୍ଦୀ ହୋଇ ରହିଥିଲେ। ଶେଷରେ ସେ ସସମ୍ମାନେ ଦେଶକୁ ଫେରିଥିଲେ। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ବିମାନ ଉଡ଼ାଇବାର ଅନୁମତି ନଥିଲା।