ନୂଆଦିଲ୍ଲୀ: ମସ୍କୋରୁ ପ୍ରତିରକ୍ଷା ସାମଗ୍ରୀ ଖରିଦ କରିବା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଚାପ ପ୍ରୟୋଗ କରୁଥିବା ସତ୍ତ୍ୱେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ କେବଳ ଅସ୍ତ୍ରଶସ୍ତ୍ର ଖରିଦ ନୁହେଁ, ଭାରତରେ ଅତିରିକ୍ତ ରୁଷୀୟ ସାମରିକ ଉପକରଣ ଉତ୍ପାଦନ କରିବା ପାଇଁ ମଧ୍ୟ ମଙ୍ଗଳବାର ଦିନ ଭାରତ ଓ ରୁଷ୍ ସ୍ଥିର କରିଛନ୍ତି।
ଭାରତ ଗସ୍ତରେ ଆସିଥିବା ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ଏ ସଂକ୍ରାନ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।
Image Courtesy of Yahoo News Singaporeସାମ୍ବାଦିକମାନଙ୍କୁ ଲାଭ୍ରୋଭ୍ କହିଲେ, ‘ମେକ୍ ଇନ୍ ଇଣ୍ଡିଆ’ ଚିନ୍ତାଧାରାରେ ଭାରତରେ ଅତିରିକ୍ତ ରୁଷୀୟ ସାମରିକ ଉପକରଣ ଉତ୍ପାଦନ ପ୍ରସଙ୍ଗରେ ଆଲୋଚନା କରିଛୁ। ଏ ସଂକ୍ରାନ୍ତରେ ଭାରତୀୟ ଅଂଶୀଦାର ଏବଂ ମିତ୍ରମାନଙ୍କର ମନୋଭାବରେ କୌଣସି ପରିବର୍ତ୍ତନ ଦେଖିଲି ନାହିଁ।
ଏସ୍୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ସିଷ୍ଟମ୍ ଖରିଦ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ଆପତ୍ତି କଥା ପଚରାଯିବାରୁ ଜୟଶଙ୍କର କହିଲେ, ଏହି ଆଲୋଚନାରେ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉଠି ନ ଥିଲା।
କିନ୍ତୁ, ଲାଭ୍ରୋଭ୍ କହିଲେ, ଆମେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିକ୍ରିୟା ପ୍ରସଙ୍ଗ ଆଲୋଚନା କରିନାହୁଁ, କିନ୍ତୁ, ଆମର ସାମରିକ ସହଯୋଗ ସୁଦୃଢ଼ କରିବାକୁ ସୁନିଶ୍ଚିତ କରିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/indrussia.jpg)