ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଭିତରେ ନିଜ ମନ୍ତ୍ରାଳୟର ରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମଙ୍ଗଳବାର ନିଜ ରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି। ୟୋବଙ୍କୁ ବାହାର କରିବା ପଛରେ ବିଶ୍ବାସର ସଂକଟ ଥିଲା ବୋଲି ନେତାନ୍ୟାହୁ ଯୁକ୍ତି ବାଢ଼ିଛନ୍ତି । ହମାସ ଓ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ରଣନୀତିକୁ ନେଇ ୟୋବଙ୍କୁ ବିଶ୍ବାସର ସହ ନେଇ ପାରୁନଥିଲେ ନେତାନ୍ୟାହୁ।
ଗାଜା ଓ ଲେବାନନ୍ ଯୁଦ୍ଧକୁ ନେଇ ଅନେକ ସମୟରେ ବେଞ୍ଜାମିନ୍ ଓ ନେତାନ୍ୟାହୁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା। ଅନେକ ସମୟରେ ମତଭେଦ ରହୁଥିଲା। ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ପୂର୍ଣ୍ଣ ସହମତିର ଆବଶ୍ୟକତା ପଡୁଥିଲା । ହେଲେ ଗାଜା ଉପରେ ଆକ୍ରମଣ ଓ ଲେବାନନରେ ସ୍ଥଳ ଅଭିଯାନକୁ ୟୋବ୍ ସମର୍ଥନ କରୁନଥିଲେ । ଫଳରେ ଦୁହିଁଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିଲା । ଏହି କାରଣରୁ ୟୋବ୍ଙ୍କ ମନ୍ତ୍ରୀପଦ କାଢ଼ି ନେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/06/qD0rXEujcgVZ69RqL8t2.jpg)