ଓ୍ବେବ ପୋର୍ଟାଲ ‘ଦି ଓ୍ବେୟାର’ ବିରୋଧରେ ମକଦ୍ଦମା କରିବେ ଅମିତ ମାଲବ୍ୟ

ନୂଆଦିଲ୍ଲୀ : ଓ୍ବେବ ପୋର୍ଟାଲ ‘ଦି ଓ୍ବେୟାର’ ସଂପର୍କର କିଛି ଦିନ ନୀରବ ରହିବା ପରେ ମୁହଁ ଖୋଲିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ତାଙ୍କର ନାଁରେ ମିଛ ନ୍ୟୁଜ ପ୍ରକାଶ କରିଥିବାରୁ ମାଲବ୍ୟ ଉକ୍ତ ନ୍ୟୁଜ ପୋର୍ଟାଲ ନାମରେ ମାନହାନି ମକଦ୍ଦମା କରିଛନ୍ତି ।

ଏକ ସୋସିଆଲ ମିଡିଆ ପୋଷ୍ଟ କରି ମାଲବ୍ୟ କହିଛନ୍ତି ଯେ, ସେ ଦି ଓ୍ବେୟାର ବିରୋଧରେ ଫୌଜଦାରି ଓ ଦେଓ୍ବାନୀ ମାମଲା ରୁଜ୍ଜୁ କରିବେ ।

କିଛି ଦିନ ପୂର୍ବେ ଦି ଓ୍ବେୟାରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ମେଟା (ପୂର୍ବର ଫେସବୁକ) ପକ୍ଷରୁ ମାଲବ୍ୟଙ୍କୁ କେତେକ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି, ଯଦ୍ବାରା ସେ ସରକାରୀ ବିରୋଧୀ ପୋଷ୍ଟକୁ ହଟାଇପାରୁଛନ୍ତି ।

 

କିନ୍ତୁ ମେଟା ପକ୍ଷରୁ ଏହି ଖବରରେ ସତ୍ୟନା ନାହିଁ ବୋଲି କୁହାଯାଇଥିଲା । ଏହା ପରେ ଓ୍ବେୟାର ପକ୍ଷରୁ କେତେକ ଇ-ମେଲର ସ୍କ୍ରିନସଟ୍ ଜାରି କରି ନିଜ ଖବରକୁ ଠିକ ବୋଲି ପ୍ରମାଣିକ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଏସବୁକୁ ମେଟା ଖଣ୍ଡନ କରିଥିଲା ।

ଏହି ଖବର ବିଭ୍ରାନ୍ତିପୂର୍ଣ୍ଣ ଓ ସଂପୂର୍ଣ୍ଣ ମିଛ ବୋଲି ମେଟା ପକ୍ଷରୁ ଆଉ ଏକ ବୟାନ ଜାରି କରି କୁହାଯିବା ପରେ ଦି ଓ୍ବେୟାର ଉକ୍ତ ଖବରକୁ ହଟାଇ ଦେଇଥିଲା । ଏହା ସହିତ ଏହି ଖବର ଉପରେ ଏକ ତଦନ୍ତ କରାଯିବ ବୋଲି ଓ୍ବେୟାର କହିଥିଲା ।

 

 

ସମ୍ବନ୍ଧିତ ଖବର