ଅମିତ ଶାହଙ୍କ ଦ୍ବାରା ମାଲ୍ୟାର୍ପଣକୁ ବିରୋଧ

ତାନ୍ତିଆ ଟୋ‌େପଙ୍କ ପ୍ରତିମୂର୍ତ୍ତିକୁ ଶୁଦ୍ଧ କଲେ

ଭୋପାଳ : ମଂଗଳବାର ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ପ୍ରଦେଶର ଶିବପୁରୀରେ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ସହିଦ ତାନ୍ତିଆ ଟୋପେଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତେବେ ଅମିତ ଶାହଙ୍କ ଗସ୍ତକୁ ବିରୋଧ କରୁଥିବା ସପାକସ୍‌ କାର୍ଯ୍ୟର୍ତ୍ତା ଏହାପରେ ତାନ୍ତିଆଙ୍କ ପ୍ରତିମୂର୍ତ୍ତି‌କୁ ଗଂଗାଜଳରେ ଧୋଇ ଶୁଦ୍ଧ କରିଥିଲେ। ଏସ୍‌ସିଏସ୍‌୍‌ଟି ଆଇନ ନେଇ ବିଜେପିର ଆଭିମୁଖ୍ୟକୁ ବିରୋଧ କରି ସେମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର