ମନ୍ଦିରରେ ସୁନାର କଳଶ ଚଢ଼ାଇ ଅମିତ ଶାହା ଶୁଭାରମ୍ଭ କଲେ ‘ଜନରକ୍ଷା ପଦଯାତ୍ରା’

କେରଳ ଗସ୍ତରେ ତାଲିପରମ୍ବାର ରାଜାରାଜେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା

କନ୍ନୁର(କେରଳ): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଙ୍ଗଳବାର କେରଳ ଗସ୍ତରେ ପହଞ୍ଚିଛନ୍ତି। ସେ ତାଲିପରମ୍ବାର ରାଜାରାଜେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଠାରେ ପହଞ୍ଚିବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାହାଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରାୟ ୩୦ ମିନିଟ ରହିବା ପରେ ଭାଜପା ନେତା ଭଗବାନଙ୍କୁ ସୁନାର କଳଶ ଚଢ଼ାଇଥିଲେ। ପରେ ସେ ଭାରତୀୟ ଜନତା ପାର୍ଟି ଦ୍ୱାରା କେରଳରେ ପରିଚାଳିତ ୧୫ ଦିବସୀୟ ଜନରକ୍ଷା ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଏହି ପଦ ଯାତ୍ରା ପାୟାନୁର ଜିଲ୍ଲାରୁ ଶୁଭାରମ୍ଭ ହୋଇଛି। ମନ୍ଦିର ପରିସରରେ ଶାହାଙ୍କ ସହିତ ବିଜେପିର କିଛି ରାଜ୍ୟ ସଦସ୍ୟ ଉପସ୍ଥିତ ଥିଲେ।

  • ବର୍ତମାନ କେରଳରେ ବାମଦଳ ସରକାର ଅଛି। ବିଜେପି, ପିନରଇ ବିଜୟନ ସରକାର ଉପରେ ଲାଲ ଆତଙ୍କ ଦୋଷ ଲଗାଉଛି। ଏଠାରେ ଆରଏସଏସ ଓ ବାମଦଳ ଦଳୀୟ କର୍ମୀଙ୍କ ସହିତ ଅନେକ ଥର ଭାଗ ନେଇ ସାରିଛି।
  • ବିଜେପିର ଜନରକ୍ଷା ଯାତ୍ରା ପାୟାନୁରରୁ ଆରମ୍ଭ ହୋଇ ଅକ୍ଟୋବର ୧୭ରେ ଥିରୁଅନନ୍ତପୁରମରେ ଶେଷ ହେବ। ଏହି ଯାତ୍ରାରେ ବଛା ବଛା କେନ୍ଦ୍ରମନ୍ତ୍ରୀ ଯୋଗଦେବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୦୧ରୁ ଏପର୍ଯ୍ୟନ୍ତ କେରଳରେ ବିଜେପି ଓ ସଂଘର ସମର୍ଥକ ପ୍ରାୟ ୧୨୦ଜଣଙ୍କର ହତ୍ୟା ହୋଇଛି। କନ୍ନୁରରେ କେବଳ ୮୪ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହରରେ ବିଜେପିର ୧୪ଜଣଙ୍କୁ ହତ୍ୟା କରାଯାଇଛି।
  • ସିପିଆଇ-ଏମ୍‌ ସରକାରଙ୍କ ଅଭିଯୋଗ ଯେ, ବିଜେପି ଓ ସଂଘ ରାଜ୍ୟରେ ହିଂସା କାର୍ଯ୍ୟରେ ଲିପ୍ତ ରହୁଛନ୍ତି। କିନ୍ତୁ ସରକାର ଏହାକୁ ଖଣ୍ଡନ କରିବାକୁ ଯାଇ କହିଛନ୍ତି, ବିରୋଧୀ କର୍ମୀଙ୍କ ମୃତ୍ୟୁରେ ସେମାନଙ୍କ ସମ୍ପର୍କ ନାହିଁ।
  • ଅମିତ ଶାହା ମଙ୍ଗଳବାର କେରଳ ପହଞ୍ଚି ଥିବା ବେଳେ, ରାଜ୍ୟର କାସରଗୋଡ ଜିଲ୍ଲାରେ ବିଜେପିର ୩ଜଣ କର୍ମୀଙ୍କୁ ସିପିଆଇଏମର କର୍ମୀମାନେ ଆକ୍ରମଣ କରିଛନ୍ତି।

ଯୋଗୀ ହେବେ ସାମିଲ
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କେରଳରେ ପାର୍ଟିର ଜନରକ୍ଷା ଯାତ୍ରାରେ ସାମିଲ ହେବେ। ଯୋଗୀ ବୁଧବାର ସକାଳୁ କେରଳ ପହଞ୍ଚିବାର କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ଦଳୀୟ କର୍ମୀଙ୍କ ସହିତ ସେ ଭାଜପାର ଜନରକ୍ଷା ଯାତ୍ରାରେ ସାମିଲ ହେବେ।

ପଦଯାତ୍ରାର କାର୍ଯ୍ୟକ୍ରମ
ବିଜେପିର ବରିଷ୍ଠ ନେତା ପ୍ରକାଶ ଜାଭେଡକର କହିଛନ୍ତି, ପଦଯାତ୍ରାକୁ ଜନରକ୍ଷା ଯାତ୍ରା ନାମ ଦିଆଯାଇଛି। ଏହା ପାୟାନ୍ନୁର ଠାରୁ ଆରମ୍ଭ ହୋଇ ପିଲଥରା ପର୍ଯ୍ୟନ୍ତ ଯିବ। ଶାହା ଅକ୍ଟୋବର ୫ରେ ମାଭରମ ଠାରୁ ତାଲଚେରୀ ଯିବେ। ଅକ୍ଟୋବର ୧୭ରେ ପଦଯାତ୍ରା ସମ୍ପନ୍ନ ହେବ। ଏହି ଅବସରରେ ପୁଣି ଥରେ ଶାହା ସାମିଲ ହେବ। ଯାତ୍ରା ସମୟରେ ଅନେକ ସ୍ଥାନରେ ଛୋଟ ଛୋଟ ଜନସଭା ହେବ। ବିଜେପି, ସିପିଆଇ-ଏମ୍‌ର ହିଂସାତ୍ମକ ପନ୍ଥାକୁ ଡରୁନାହିଁ। ଏହାକୁ ଗଣତାନ୍ତ୍ରିକ ଶୈଳୀରେ ମୁକାବିଲ କରିବ ବୋଲି ଭାଜପାର ଜଣେ ବରିଷ୍ଠ କର୍ମୀ ମିଡିଆକୁ ସୂଚନା ଦେଇଛନ୍ତି।

ପଦଯାତ୍ରାକୁ ‘ଜନରକ୍ଷା ଯାତ୍ରା’ ନାମ ଦିଆଯାଇଛି। ଏହା ପାୟାନ୍ନୁର ଠାରୁ ଆରମ୍ଭ ହୋଇ ପିଲଥରା ପର୍ଯ୍ୟନ୍ତ ଯିବ। ଶାହା ଅକ୍ଟୋବର ୫ରେ ମାଭରମ ଠାରୁ ତାଲଚେରୀ ଯିବେ। ଅକ୍ଟୋବର ୧୭ରେ ପଦଯାତ୍ରା ସମ୍ପନ୍ନ ହେବ।

-ବିଜେପିର ବରିଷ୍ଠ ନେତା ପ୍ରକାଶ ଜାଭେଡକର

ସମ୍ବନ୍ଧିତ ଖବର