ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବେ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଶାହ ଆଜି ଅପରାହ୍ନରେ ଶ୍ରୀନଗରରେ ପହଞ୍ଚିବା ପରେ ରାଜ୍ୟର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଗୃହ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାପରେ ଏହା ଶାହଙ୍କ ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ। ଆଗାମୀ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଉପରେ ଗୃହମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ଏହି ଗସ୍ତ ଅବସରରେ ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଏକ ପୃଥକ ବୈଠକ ରଖାଯାଇଛି । ଆଜି ଶାହ ବିଜେପି କର୍ମୀ ଏବଂ ଅଧିକାରୀମାନଙ୍କ ସହ ମଧ୍ୟ ବୈଠକ କରିଛନ୍ତି।
ଅମିତ ଶାହଙ୍କ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତ:ସୁରକ୍ଷା ସ୍ଥିତି ସମୀକ୍ଷା କଲେ
/sambad/media/post_attachments/wp-content/uploads/2019/06/amitshah908_660_062619104701.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)