ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ୬ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ପ୍ରକଳ୍ପ ତଥା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀମାନେ ହେଉଛନ୍ତି ନବୀନ ପଟ୍ଟନାୟକ (ଓଡିଶା), କେ ଚନ୍ଦ୍ରଶେଖର ରାଓ (ତେଲେଙ୍ଗାନା), ନିତିଶ କୁମାର (ବିହାର), ଶିବରାଜ ସିଂ ଚୌହାନ (ମଧ୍ୟପ୍ରଦେଶ), ଉଦ୍ଧବ ଠାକରେ (ମହାରାଷ୍ଟ୍ର) ଏବଂ ହେମନ୍ତ ସୋରେନ (ଝାଡଖଣ୍ଡ)।
ଏହି ବୈଠକ ପାଇଁ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ କେରଳର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ତେବେ ଏହି ୪ଟି ରାଜ୍ୟକୁ ଜଣେ ରାଜ୍ୟ ମନ୍ତ୍ରୀ କିମ୍ବା ବରିଷ୍ଠ ଅଧିକାରୀମାନେ ପ୍ରତିନିଧିତ୍ୱ କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀଙ୍କ ସହ ଗୃହମନ୍ତ୍ରୀ ମାଓବାଦୀ ପ୍ରବଣ ଅଞ୍ଚଳରେ ସୁରକ୍ଷା ପରିସ୍ଥିତି ତଥା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ।
/sambad/media/post_attachments/65a2091bc2ca08dfd1242f53267ab15fda31353b34ba875845a4b9c51a2e6153.jpg)
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ ମାଓବାଦୀ ସମସ୍ୟା ଏବେ କେବଳ ତିନୋଟି ଜିଲ୍ଲାରେ ରହିଛି। ଏହା ପରେ ଏହି ସମସ୍ୟାକୁ ଆହୁରି ହ୍ରାସ କରିବା ପାଇଁ କଣ କରିବା ଆବଶ୍ୟକ ତାହା ବୈଠକରେ ଆଲୋଚନା ହୋଇଥିଲା। ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଦେଶରେ ମାଓବାଦୀ ହିଂସା ଯଥେଷ୍ଟ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଦେଶର ପ୍ରାୟ ୪୫ଟି ଜିଲ୍ଲାରେ ମାଓବାଦୀମାନେ ଆଡ୍ଡା ଜମାଇଛନ୍ତି। ଏହାକୁ କିପରି କମ କରାଯାଇପାରିବ, ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-216.jpg)