ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଧାରଣାର ଯାଞ୍ଚ ପାଇଁ ଗଠିତ କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୮ ଜଣ ସଦସ୍ୟ ଅଛନ୍ତି।

Advertisment

ଏହି ପ୍ୟାନେଲର ଅନ୍ୟ ସଦସ୍ୟମାନେ ହେଲେ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି ସଭାପତି ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂ, ଲୋକସଭାର ପୂର୍ବତନ ସେକ୍ରେଟେରୀ ଜେନେରାଲ ସୁଭାଷ କାଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ପୂର୍ବତନ ଭିଜିଲାନ୍ସ କମିସନର ସଞ୍ଜୟ କୋଠାରୀ

ସାଧାରଣ ନିର୍ବାଚନ ଓ ରାଜ୍ୟ ନିର୍ବାଚନ ଏକାସାଙ୍ଗରେ କରିବା ଲକ୍ଷ୍ୟରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ସମ୍ଭାବନା ଖୋଜିବା ପାଇଁ ଶୁକ୍ରବାର ସରକାର ଏହି କମିଟି ଗଠନ କରିଛନ୍ତି।

ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ ଆଗତ କରିପାରନ୍ତି ବୋଲି ଜାତୀୟସ୍ତରର ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ର ଏକ ରିପୋର୍ଟରେ କୁହାଯାଇଛି।