ଅପରେସନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେଲେ ଅମିତ ଶାହା

ଅହମ୍ମଦାବାଦ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଆଜି ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ତାଙ୍କର ଆଜି ଏକ ଅପରେସନ କରାଯାଇଛି | ତେବେ ସ୍ୱାସ୍ଥ୍ୟ ବର୍ତ୍ତମାନ ଠିକ ଥିବାରୁ ଅପରେସନ ପରେ ଡାକ୍ତର ତାଙ୍କୁ ଘରକୁ ପଠାଇଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଆଜି ସକାଳ ୯ଟା ବେଳେ ଅହମ୍ମଦାବାଦର କେଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

ଏଠାରେ ଡାକ୍ତର ତାଙ୍କର ଏକ ଅପରେସନ କରିଥିଲେ | ଦିନ ୧୨ଟା ସୁଦ୍ଧା ଅପରେସନ ସରିଯାଇଥିବାବେଳେ କେଉଁ ଅପରେସନ କରାଯାଇଛି ସେ ନେଇ ସୂଚନା ମିଳିନାହିଁ | କୁହାଯାଉଛି ଅପରେସନ ସଫଳ ହୋଇଥିବାରୁ ଡାକ୍ତର ତାଙ୍କୁ ଘରକୁ ପଠାଇଦେଇଛନ୍ତି | କେନ୍ଦ୍ର ଗୃହ ମନ୍ତ୍ରୀ ଏବେ ନିଜ ଘର ଅହମ୍ମଦାବାଦ ଗସ୍ତରେ ଅଛନ୍ତି |

ମିଳିଥିବା ସୂଚନା ମୁତାବକ ଶାହା ଏହି ଗସ୍ତ ସମୟରେ ଗାନ୍ଧୀନଗର ସାଂସଦ ଭାବେ ସ୍ଥାନୀୟ କର୍ମୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ | ସେହିପରି କୁହାଯାଉଛି ଶାହା ଏଠାରେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭେଟି ସେମାନଙ୍କ ସମସ୍ୟା ବାବଦରେ ବୁଝିବେ |

ସମ୍ବନ୍ଧିତ ଖବର