‘ଏମ୍‌ସ୍‌’ରେ ଭର୍ତ୍ତି ହେଲେ ଅଳ୍ପ ଦିନ ତଳେ କରୋନାଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଅଳ୍ପ ଦିନ ତଳେ କରୋନାଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ରାତିରେ ପୁଣି ‘ଏମ୍‌ସ୍‌’ରେ ଭର୍ତ୍ତି ହୋଇଛନ୍ତି। ରାତି ପ୍ରାୟ ୨ଟା ବେଳେ ଅମିତ ଶାହାଙ୍କୁ ଦିଲ୍ଲୀ ‘ଏମ୍‌ସ୍‌’ ନିଆଯାଇ ଏକ ଘରୋଇ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

‘ଏମ୍‌ସ୍‌’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଦଳେ ଡାକ୍ତର ଶ୍ରୀ ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି।

‘ଏମ୍‌ସ୍‌’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଦଳେ ଡାକ୍ତର ଶ୍ରୀ ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ‘ଏମ୍‌ସ୍‌’ର ମିଡିଆ ଓ ପ୍ରୋଟକଲ୍ ଡିଭିଜନ୍‌ର ଅଧ୍ୟକ୍ଷା ଡାକ୍ତର ଆରତି ବିଜ୍ କହିଛନ୍ତି ଯେ, ମାନ୍ୟବାର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଗତ ୩/୪ ଦିନ ହେବ କ୍ଳାନ୍ତ ଲାଗିବା ସହ ଦେହହାତ ଘୋଳାବିନ୍ଧା କରୁଛି। ତାଙ୍କ ନମୁନାରେ କୋଭିଡ୍-୧୯ ନେଗେଟିଭ୍ ବାହାରିଛି। କୋଭିଡ୍ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ତାଙ୍କୁ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଛି। ସେ ଆରାମ ଅନୁଭବ କରୁଛନ୍ତି ଓ ଡାକ୍ତରଖାନାରେ ଥାଇ ତାଙ୍କ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

Image Courtesy of Hindustan Times

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍‌ରେ ପ୍ରାୟ ଦୁଇ ସପ୍ତାହ ଚିକିତ୍ସିତ ହେବା ପରେ ଗତ ଶୁକ୍ରବାର ଦିନ ତାଙ୍କ ସ୍ବାବ୍ କରୋନାଭାଇରସ୍ ନେଗେଟିଭ୍ ଆସିଥିଲା। ସେଠାରୁ ଆସି ସେ ‘ଗୃହ ଏକାନ୍ତବାସ’ରେ ଥିଲେ।

ଅଗଷ୍ଟ ପ୍ରାରମ୍ଭରେ କରୋନାଭାଇରସ୍ ପଜିଟିଭ୍‌ ବାହାରିଥିବା ୫୫ ବର୍ଷିୟ ଅମିତ କହିଥିଲେ କି, ଡାକ୍ତରମାନଙ୍କ ପରାମର୍ଶକ୍ରମେ ସେ ଆଗାମୀ କିଛି ଦିନ ସକାଶ ଘରେ ଏକାନ୍ତବାସ କରିବେ।

 

ସମ୍ବନ୍ଧିତ ଖବର