ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ, ୨୦୧୯କୁ ବିରୋଧ କରି ବିରୋଧୀ ଦଳ ଚଳାଇଥିବା ପ୍ରତିବାଦ ଅଭିଯାନର ମୁକାବିଲା କରିବାକୁ ବିଜେପିର ‘ଜନତାଙ୍କ ନିକଟରେ ପହଞ୍ଚିବା’ କାର୍ଯ୍ୟକ୍ରମର (ଆଉଟ୍ରିଚ୍ ପ୍ରୋଗ୍ରାମ୍) ନେତୃତ୍ୱ ନେବା ପାଇଁ ଦଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ମୁଖ୍ୟ ଅମିତ ଶାହା ‘ରାଜ୍ୟ ଇନ୍-ଚାର୍ଜ’ ନିଯୁକ୍ତ କରିଛନ୍ତି।
ଦଳର ନେତା ହେମନ୍ତ ବିଶ୍ୱ ଶର୍ମା ଏବଂ ରାହୁଳ ସିହ୍ନା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତ୍ତରପୂର୍ବରେ ଦଳର ‘ସିଏଏ ଆଉଟ୍ରିଚ୍’ ଅଭିଯାନର ନେତୃତ୍ୱ ନେବେ। ଏଥିନିମନ୍ତେ ଉତ୍ତର ପ୍ରଦେଶ ଏବଂ ବିହାରରେ ଦଳର ନେତୃତ୍ୱ ନେବେ ଅନୀଲ ଜୈନ।
Image Source: The Times of Indiaମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ଛତିଶଗଡ଼ର ଦାୟିତ୍ୱ ଦିଆଯାଇଛି ଅବିନାଶ ରାୟଙ୍କୁ। ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଗୋଆ ଏବଂ ଦାମନ ଓ ଦିଉରେ ଏହି ଅଭିଯାନର ନେତୃତ୍ୱ ନେଇଛନ୍ତି ସରୋଜ ପାଣ୍ଡେ। ହରିୟାଣା ପଞ୍ଜାବ, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼ ଏବଂ ଜମ୍ମୁ ଓ କଶ୍ମୀରର ଭାର ଦିଆଯାଇଛି ସୁରେଶ ଭଟ୍ଟଙ୍କୁ।
ବିଜେପି ନେତା ରବୀନ୍ଦ୍ର ରାଜୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ ଏବଂ ପୁଦ୍ଦୁଚେରୀ ଭଳି ଦକ୍ଷିଣାଞ୍ଚଳରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/amit-shah.jpg)