କଟକ: ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତ ମୁଁ ଦେଖୁଛି। ଏବେ ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି। ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ଉଦଘାଟକ ଭାବେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି ବୋଲି କହିବାର କାରଣ ହେଲା ସାଧାରଣ ଗରିବ ଆଦିବାସୀ ପରିବାରର ମହିଳା ଦ୍ରୌପଦର ମୁର୍ମୁ ଆଜି ଭାରତର ରାଷ୍ଟ୍ରପତି ହୋଇଛନ୍ତି। ଏହା ସାରା ଦେଶର ଆଦିବାସୀମାନଙ୍କ ଲାଗି ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ବର ଟୁଡୁ କେନ୍ଦ୍ରମନ୍ତ୍ରୀ ବନିଛନ୍ତି। ଓଡ଼ିଶାର ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟପାଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକାଳରେ ଓଡ଼ିଶାକୁ ଯେଉଁଭଳି ପ୍ରତିନିଧିତ୍ବ ମିଳିଛି, ତାହା ଆଗରୁ କେବେ ମିଳି ନାହିଁ। ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି। ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିକାଶ କାମକୁ ଆଗେଇ ନେଉଛନ୍ତି। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ଅମିତ ଶାହ କହିଛନ୍ତି ଯେବେ ବି ମୁଁ ଓଡ଼ିଶା ଆସେ, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଏ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଡକ୍ଟର ପ୍ରତିଭା ରାୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ‘ପ୍ରଜାତନ୍ତ୍ର’ର ସଂପାଦକ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିଲେ। ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ର ଟ୍ରଷ୍ଟି ଲୋକରଂଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ।
ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତ ଦେଖୁଛି: ଅମିତ ଶାହ
/sambad/media/post_attachments/wp-content/uploads/2022/08/d18a8561-824e-430a-bc54-ba60a882d924.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)