ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶିବସେନା ବିରୋଧରେ ପ୍ରବଳ ବର୍ଷିଛନ୍ତି। ମହାରାଷ୍ଟ୍ରରେ ବିଜେପି ନୁହେଁ ଶିବସେନା ହିଁ ଜନମତକୁ ଅପମାନିତ କରିଛି ବୋଲି ଶାହ କହିଛନ୍ତି। ବିଜେପିକୁ ଆଜି ଦାୟୀ କରାଯାଉଛି, କିନ୍ତୁ ଯେଉଁ ବିଧାୟକମାନେ ନିର୍ବାଚନ ପୂର୍ବର ମେଣ୍ଟକୁ ଭଙ୍ଗ କରିଛନ୍ତି ସେମାନେ କାହିଁକି ଦାୟୀ ନୁହନ୍ତି ବୋଲି ଶାହ ପ୍ରଶ୍ନ କରିଛନ୍ତି। ୩ ଦଳ ନିଜ ନିଜର ବିଚାରଧାରାକୁ ପଛରେ ପକାଇ ଏବଂ ସମସ୍ତ ମୂଲ୍ୟବୋଧକୁ ଭୁଲି ସରକାର ଗଠନ କରିଛନ୍ତି । ଶିବସେନାର ୫୦-୫୦ ଫର୍ମୁଲା ସଂକ୍ରାନ୍ତରେ ଶାହ କହିଛନ୍ତି ଯେ ତାଙ୍କ ଦଳ କେବେ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନାକୁ ଆଶ୍ବାସନା ଦେଇ ନଥିଲା। ପ୍ରତ୍ୟେକ ଥର ବୈଠକରେ ଆମେ କହିଥିଲୁ ଯେ ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ହେବେ। ସେତେବେଳେ କାହିଁକି ସେମାନେ ବିଦ୍ରୋହ କରିନଥିଲେ ବୋଲି ଶାହ ପଚାରିଛନ୍ତି। ଏନ୍ସିପି ନେତା ଅଜିତ ପାୱାରଙ୍କୁ କେତେକ ଦୁର୍ନୀତି ମାମଲାରେ କ୍ଲିନ୍ଚିଟ୍ ଦିଆଯାଇଥିବା ନେଇ ପ୍ରଚାରିତ ହୋଇଥିବା ଖବର ସଂପୂର୍ଣ୍ଣ ମିଥ୍ୟା ବୋଲି ଏସିବି ସ୍ପଷ୍ଟ କରିଥିବା ଶାହ କହିଛନ୍ତି।
ଶିବସେନା ବିରୋଧରେ ବର୍ଷିଲେ ଶାହ, ବିଜେପି ନୁହେଁ, ଶିବସେନା ଜନମତକୁ ଅପମାନିତ କରିଛି
କୌଣସି ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନ୍ଚିଟ୍ ମିଳିନାହିଁ
/sambad/media/post_attachments/wp-content/uploads/2019/11/amit-shah-and-uddhav-320x180.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)