‘ସେଙ୍ଗୋଲ’ ବିବାଦ ନେଇ କଂଗ୍ରେସକୁ ଘେରିଲେ ଅମିତ ଶାହ: ଭାରତୀୟ ସଂସ୍କୃତି ପ୍ରତି କଂଗ୍ରେସର ଏତେ ଘୃଣା କାହିଁକି?

ନୂଆଦିଲ୍ଲୀ: ‘ସେଙ୍ଗୋଲ୍‌’କୁ ନେଇ କଂଗ୍ରେସ କରିଥିବା ଦାବି ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଶାହ କହିଛନ୍ତି, କଂଗ୍ରେସ ଦଳର ଭାରତୀୟ ପରମ୍ପରା ଏବଂ ସଂସ୍କୃତି ପ୍ରତି ଏତେ ଘୃଣା କ’ଣ ପାଇଁ ରହିଛି ? ଭାରତ ସ୍ବାଧୀନ ହେବାର ପ୍ରତୀକ ଭାବେ ତାମିଲନାଡ଼ୁର ଏକ ପବିତ୍ର ମଠ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ରାଜଦଣ୍ଡ ‘ସେଙ୍ଗୋଲ’ ଦେଇଥିଲେ। କିନ୍ତୁ ଏହାକୁ ଏକ ‘ୱା‌କିଂ ଷ୍ଟିକ୍‌’ ଭାବେ କହି ଅପମାନିତ କରାଯାଇଛି। କଂଗ୍ରେସ ଦଳ ପୁଣି ଆ‌ଉ ଏକ ଲଜ୍ଜାଜନକ ଆଚରଣ ଦେଖାଇ ଦେଶର ଅପମାନ କରୁଛି ବୋଲି ଶାହ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଅଭିଯୋଗ କରିଛି ଯେ ଲର୍ଡ ମାଉଣ୍ଟବ୍ୟାଟେନ, ସି ରାଜାଗୋପାଳଚାରୀ ଏବଂ ଜବାହରଲାଲ୍‌ ନେହରୁ ‘ସେଙ୍ଗୋଲ’କୁ ବ୍ରିଟିଶ ଇଣ୍ଡିଆ ଦ୍ବାରା କ୍ଷମତା ହସ୍ତାନ୍ତରର ଏକ ପ୍ରତୀକ ଭାବେ ବର୍ଣ୍ଣନା କରିଥିବା ପ୍ରସଙ୍ଗରେ କୌଣସି ତଥ୍ୟଗତ ପ୍ରମାଣ ନାହିଁ। ଏଥିପାଇଁ ଶାହ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, ବିରୋଧୀ ଦଳମାନେ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବା ଭାରତୀୟ ସମ୍ବିଧାନର ନିର୍ମାତାଙ୍କ ପ୍ରତି ଏକ ଅପମାନ।

ସମ୍ବନ୍ଧିତ ଖବର