ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ମୋଦୀ -ଶାହଙ୍କ ସଫଳ ରଣନୀତି ପାଇଁ ବିଜେପିକୁ ବିପୁଳ ବିଜୟ ମିଳିଛି। ଶାହଙ୍କ ନେତୃତ୍ବରେ ବିଜେପିର ସଫଳତା ବଢ଼ିଛି। ତେଣୁ ତାଙ୍କୁ ଏଥର ମୋଦୀ ସରକାରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ମିଳିବ ବୋଲି ଚର୍ଚ୍ଚା ହେଉଛି। ଶାହଙ୍କୁ ଅର୍ଥ କିମ୍ବା ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବା ସମ୍ଭାବନା ରହିଛି। ଶାହ ମନ୍ତ୍ରୀହେଲେ ବିଜେପିର ଅଧ୍ୟକ୍ଷ ପଦ କାହାକୁ ଦିଆଯିବ ସେନେଇ ଏବେ ମନ୍ଥନ ଆରମ୍ଭ ହୋଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନ ବିଜେପି ଅଧ୍ୟକ୍ଷ ହୋଇପାରନ୍ତି ବୋଲି ସୂଚନା ମିଳିଛି।
ବିଜେପି ଜାତୀୟ ସଚିବ ତଥା ହିମାଚଳ ପ୍ରଦେଶର ରାଜ୍ୟସଭା ସାଂସଦ ଜେପି ନଡ୍ଡା ବିଜେପିରେ ଜଣେ ସଫଳ ରଣନୀତିକାର ଭାବେ ଜଣାଶୁଣା। ଚଳିତ ଲୋକସଭା ନିର୍ବାଚନରେ ବିଜେପି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଉତ୍ତରପ୍ରଦେଶ ଦାୟିତ୍ବ ଦେଇଥିଲା। ନଡ୍ଡାଙ୍କ ନେତୃତ୍ବରେ ବିଜେପି ଉତ୍ତରପ୍ରଦେଶର ୮୦ ଆସନରୁ ୬୨ଟିରେ ବିଜୟ ହାସଲ କରିଛି। ଅନ୍ୟପକ୍ଷେ ଧର୍ମେନ୍ଦ୍ର ପ୍ରଧାନ ୨୦୧୪ ବିହାର ଲୋକସଭା ନିର୍ବାଚନରେ ତାଙ୍କର ସାଂଗଠନିକ ଶକ୍ତିର ପ୍ରମାଣ ଦେଇଛନ୍ତି। ଚଳିତ ନିର୍ବାଚନରେ ଧର୍ମେନ୍ଦ୍ର ଓଡ଼ିଶା ଦାୟିତ୍ବରେ ଥିଲେ। ଓଡ଼ିଶାରେ ମଧ୍ୟ ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ବିଜେପିର ଭୋଟ୍ ପ୍ରତିଶତ ଏବଂ ଅାସନ ସଂଖ୍ୟା ବୃଦ୍ଧି ପାଇଛି।
ଅମିତ ଶାହ ମନ୍ତ୍ରୀ ହେଲେ:ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ଅଧ୍ୟକ୍ଷ
/sambad/media/post_attachments/wp-content/uploads/2019/05/Untitled-1-22.jpg)