ଚାଷୀଙ୍କ ପରେ ଆଜି ଲୋକ ଗାୟକଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ଗୃହମନ୍ତ୍ରୀ ଅମିତ ଶାହା

ବୋଲପୁରରୁ ଆରମ୍ଭ କଲେ ରୋଡ୍ ସୋ’

ନୂଆଦିଲ୍ଲୀ: ବିହାର ପରେ ଏବେ ଶାହାଙ୍କ ମିଶନ ବଙ୍ଗଳା । ଦିଦିଙ୍କ ହାତରୁ ଛଡାଇ ନେବେ କ୍ଷମତା । ବଙ୍ଗଳାବାସୀଙ୍କୁ ଉପହାର ଦେବେ ସୁନାର ବାଙ୍ଗଲା । ଏମିତି କିଛି ସ୍ୱପ୍ନ ଦେଖାଇ ବିଜେପି ଆରମ୍ଭ କରିଛି ମିଶନ ବାଙ୍ଗଲା କାର୍ଯ୍ୟକ୍ରମ । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ଗସ୍ତର ଦ୍ୱିତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହା ବୀରଭୂମରେ ଥିବା ଜଣେ ଲୋକ ଗାୟକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଗତକାଲି ଶାହା ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା।

अमित शाह के रोड शो में जन सैलाब (एएनआई)
aajtak

ଭୋଜନ ପରେ ପଶ୍ଚିମବଙ୍ଗର ଟିଏମସି ଗଡ଼ କୁହାଯାଉଥିବା ବୀରଭୂମରେ ଗୃହମନ୍ତ୍ରୀ ଶାହା ରୋଡ୍ ସୋ’ ଆରମ୍ଭ କରିଛନ୍ତି। ୨କିମି ଲମ୍ବା ଏହି ରୋଡ୍ ସୋ’ରେ ହଜାର ହଜାର ଲୋକ ଏକତ୍ରିତ ହୋଇଛନ୍ତି। ଶାହାଙ୍କ ସହ କୈଲାଶ ବିଜୟବର୍ଗିୟା, ଦିଲିଶ ଘୋଷଙ୍କ ସମେତ ଅନ୍ୟ ନେତା ଉପସ୍ଥିତ ରହିଛନ୍ତି। ବୀରଭୂମର ବୋଲପୁରରେ ଏହି ରୋଡ୍ ସୋ ଚାଲିଛି, ଯାହା ହନୁମାନ ମନ୍ଦିରରୁ ଡାକ ବଙ୍ଗଳା ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର