ସିଆରପିଏଫ୍ ନ ଥିଲେ ମୁଁ କୋଲକାତାରୁ ଜୀବିତ ଅବସ୍ଥାରେ ଫେରି ପାରି ନଥାନ୍ତି : ଅମିତ୍ ଶାହ

ନୂଆଦିଲ୍ଲୀ: କୋଲକାତା ରୋଡ୍ ଶୋ’ରେ ହୋଇଥିବା ହିଂସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ତୃଣମୁଳ କଂଗ୍ରେସ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଲଟା ଆକ୍ରମଣ କରିଛନ୍ତି । ଅମିତ୍ ଶାହ କହିଥିଲେ ହିଂସାର ଖବର ସକାଳୁ ହିଁ ଆମେ ପାଇଥିଲୁ କିନ୍ତୁ ପୁଲିସ୍ ଏ ନେଇ କୌଣସି ପଦକ୍ଷେପ ନେଇ ନଥିଲେ । ଟିଏମସି କର୍ମୀମାନେ ମିଛ ପ୍ରଘଟ କରିବା ପାଇଁ ମୂର୍ତ୍ତି ଭାଙ୍ଗିଲେ । ବିଜେପି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, କୁହାଯାଉଛି ଷଷ୍ଠ ପର୍ଯ୍ୟାୟ ଭିତରେ ବଙ୍ଗଳାରେ କେଉଁଠି ହିଂସା ହୋଇ ନ ଥିଲା । ମମତା ବାନାର୍ଜୀ  କହୁଛନ୍ତି ବିଜେପି ହିଂସା କରୁଛି । ମମତା ୪୨ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ଆମେ ସାରା ଦେଶରେ ନିର୍ବାଚନ ଲଢୁଛୁ । ଏଥିରୁ ସ୍ପଷ୍ଟ ଯେ ଟିଏମସି ହିଂସା କରୁଛି । ଏହା ଲୋକତନ୍ତ୍ରର ହତ୍ୟା।

ANI

ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ଅମିତ୍ ଶାହ କହିଥିଲେ କାଲି ଯଦି ସିଆରପିଏଫ୍ ନ ଥାନ୍ତେ ତେବେ ମୋର ସେଠାରୁ ଜୀବିତ ଅବସ୍ଥାରେ ଆସିବା ଅସମ୍ଭବ ହୋଇଯାନ୍ତା । ଆମ ପୋଷ୍ଟର ଏବଂ ବ୍ୟାନରକୁ ଚିରି ଦିଆଗଲା । ଆମ କାର୍ଯ୍ୟକର୍ତ୍ତାଙ୍କୁ ଉସୁକାଗଲା । ୨ ଲକ୍ଷରୁ ଅଧିକ ଲୋକ ରୋଡ୍ ଶୋ’ରେ ପହଂଚିଥିଲେ । ତିନିଥର ଆକ୍ରମଣ କରାଗଲା ଏବଂ ଏଥିରେ ପଥର, କିରୋସିନି ଏବଂ ତେଲର ପ୍ରୟୋଗ କରାଗଲା । ସକାଳୁ ଖବର ଆସିଥିଲା ଯେ କଲେଜ୍ ଛାତ୍ର ହିଂସା କରିପାରନ୍ତି, କିନ୍ତୁ ପୋଲିସ୍ ଏ ନେଇ କୌଣସି ପଦକ୍ଷେପ ନେଇନଥିଲା ।

ସମ୍ବନ୍ଧିତ ଖବର