ରାୟପୁର: ନକ୍ସଲଙ୍କୁ ଭାଇ କହି ସମ୍ବୋଧନ କଲେ ଶାହା । ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଛାଡିଦେବାକୁ ଅନୁରୋଧ କଲେ ଶାହା । ଦିନିକିଆ ଛତିଶଗଡ଼ ଗସ୍ତରେ ଶାହା ଥିବାବେଳେ ଦାନ୍ତେୱାଡ଼ାରେ ଆୟୋଜିତ 'ବସ୍ତର ପଣ୍ଡୁମ୍' କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ମାଓବାଦୀମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି ।

Advertisment

ନିବେଦନ ସ୍ବରରେ ଶାହା କହିଛନ୍ତି, କେହି ଜଣେ ବି ନକ୍ସଲ ଯେତେବେଳେ ଟଳିପଡେ ବା ତାକୁ ହତ୍ୟା କରାଯାଏ ସେତେବେଳେ ମତେ ଭାରି କଷ୍ଟ ହୁଏ । ପ୍ରଧାନମନ୍ତ୍ରୀ ମୋଦୀ ଚାହାଁନ୍ତି ବସ୍ତରର ବିକାଶ ହେଉେ ଆଉ ତାହା ସେତେବେଳେ ସମ୍ଭବ ହେବ ଯେତେବେଳେ ତୁମୋନେ ହିଂସାର ପଥ ଛାଡି ଶାନ୍ତିର ପଥ ଗ୍ରହଣ କରିବ। ଆମେ ଚାହୁଁ ପ୍ରତି ଗାଁରେ ଡାକ୍ତରଖାନା, ପ୍ରତି ଗାଁରେ ସ୍କୁଲ, ପ୍ରତି ଘରେ ୭ କିଲୋ ଚାଉଳ, ଆଧାର କାର୍ଡ, ରେସନ କାର୍ଡ, ସ୍ୱାସ୍ଥ୍ୟ ବୀମା ରହୁ । ହେଲେ ଏହା ସେତେବେଳେ ହିଁ ସତ ହୋଇପାରେ ଯେତେବେଳେ ବସ୍ତରର ଯୁବକମାନେ ଭାବିବେ ଯେ ବସ୍ତର ନକ୍ସଲ ମୁକ୍ତ ହେବା ଉଚିତ୍ ବୋଲି । ଏମିତି କହି ନକ୍ସଲମାନଙ୍କୁ ନିବେଦନ ଠାଣୀରେ ନକ୍ସଲବାଦର ଅନ୍ତ ପାଇଁ ଅନୁରୋଧ କରିଛନ୍ତି ଶାହା ।

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଶାହା ୨୦୨୬ ମାର୍ଚ୍ଚ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ କରିବାକୁ ଘୋଷଣା କରିଥିଲେ । ଆଉ ତାଙ୍କ ଘୋଷଣା ପରେ ଛତିଶଗଡ ଏବଂ ସୀମାବର୍ତ୍ତୀ ଜିଲ୍ଲା ଓ ରାଜ୍ୟରେ ଜୋରଦାର ହୋଇଛି ଅପରେସନ । ଲଗାତାର ମାସେ ହେବ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀମାନେ ସଫା ହେଉଛନ୍ତି, ମାଓ ଶିବିର ଧ୍ୱଂସ ହେଉଛି । ଆଉ ମାଓବାଦୀମାନେ ମଧ୍ୟ ଭୟରେ ଆତ୍ମସମର୍ପଣ କରୁଛନ୍ତି । ପୂର୍ବରୁ ବିଜାପୁର ଜେଲରେ ୫୦ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଆଜି ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି ।  ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ବିଜାପୁର ଏବଂ ସୁକମା ଅଞ୍ଚଳର ହୋଇଥିବା ବେଳେ ଶାହାଙ୍କ ଛତିଶଗଡ ଗସ୍ତ ବେଳେ ଏହା ସୁରକ୍ଷା କର୍ମୀଙ୍କ ପାଇଁ ବଡ ସଫଳତା ।