ରାଜ୍ୟ ନେତାମାନଙ୍କ ବୈଠକ ଡାକିଲେ ଅମିତ ଶାହ, ହୋଇପାରେ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପିର ଜୋରଦାର ଜିତ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବେ ଗୃହମନ୍ତ୍ରୀ ହୋଇଯାଇଛନ୍ତି | ତେଣୁ ବିଜେପିର ଦାୟିତ୍ୱ କାହା ହାତରେ ନ୍ୟସ୍ତ କରିବେ ସେ ଚିନ୍ତାରେ ଶାହା | ଯାହାକୁ ନେଇ ଆସନ୍ତା ୧୩ ଓ ୧୪ ତାରିଖ ଦିନ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଛନ୍ତି | ଶାହା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ନେତାମାନଙ୍କୁ ନେଇ ସମୀକ୍ଷା କରିବେ |

ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତିଙ୍କୁ ପରିବର୍ତ୍ତନ କରାଯିବା ସହ କିଛି ବଡ ନିଷ୍ପତି ନିଆଯାଇପାରେ | ଏହାକୁ ନେଇ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିର୍ବାଚନ ହେବାକୁ ଥିବାରୁ ଏହି ତିନିଟି ରାଜ୍ୟରେ କୌଣସି ପରିବର୍ତ୍ତନ ନ ହୋଇପାରେ | ଶାହାଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ଏବର୍ଷ ଆରମ୍ଭରେ ହିଁ ସରିଯାଇଥିଲା |

ତେବେ ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ କାର୍ଯ୍ୟକାଳକୁ ୬ ମାସ ବଢ଼ାଇଦିଆଯାଇଥିଲା | ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟକ୍ଷଙ୍କୁ ବାଛିବେ |

ସମ୍ବନ୍ଧିତ ଖବର