ଲକ୍ଷ୍ନୌ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ)ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସିଏଏ ପ୍ରସଙ୍ଗରେ ବିରୋଧୀ ଦଳମାନେ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ଏବଂ ଭୁଲ୍ ଖବର ପ୍ରସାର କରୁଛନ୍ତି। ତେବେ ବିରୋଧୀ ଦଳମାନେ ଯେତେ ବିଭ୍ରାନ୍ତି ଏବଂ ଆନ୍ଦୋଳନ କଲେ ମଧ୍ୟ ସିଏଏକୁ ଅଟକାଇ ପାରିବେ ନାହିଁ ଏବଂ ଏହା ପ୍ରତ୍ୟାହାର ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଶାହ କହିଛନ୍ତି। ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ଶାହ କହିଛନ୍ତି- ଆମେ ବିରୋଧୀ ଦଳଙ୍କୁୂ ଡରୁନାହୁଁ। ଯେତେ ଆନ୍ଦୋଳନ ହେଲେ ମଧ୍ୟ ସିଏଏ ପ୍ରତ୍ୟାହାର ହେବନାହିଁ ଏବଂ ଦେଶରେ ଏହା ଯଥାରୀତି କାର୍ଯ୍ୟକାରୀ ହେବ ବୋଲି ଶାହ ସ୍ପଷ୍ଟ କରିଛନ୍ତି। ସିଏଏ ସମର୍ଥନ ରୢାଲିରେ ଉଦ୍ବୋଧନ ଦେଇ ଶାହ କଂଗ୍ରେସ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ସିଏଏ ପ୍ରସଙ୍ଗରେ ଖୋଲା ବିତର୍କ କରିବାପାଇଁ ଚ୍ୟାଲେଂଜ କରିଛନ୍ତି। ଯଦି ଏହି ବିଲ୍ ଜଣେ ବି ଭାରତୀୟ ନାଗରିକଙ୍କର ନାଗରିକତାକୁ ଛଡ଼ାଇ ନେଉଛି ତେବେ ସେମାନେ ଏହାକୁ ପ୍ରମାଣ କରି ଦେଖାନ୍ତୁ ବୋଲି ଶାହ କହିଛନ୍ତି।
ବିରୋଧୀ ଦଳଙ୍କୁ ଅମିତ ଶାହଙ୍କ ଚ୍ୟାଲେଂଜ, ଯେତେ ଆନ୍ଦୋଳନ କଲେ ବି ସିଏଏ ପ୍ରତ୍ୟାହାର ହେବନି
/sambad/media/post_attachments/wp-content/uploads/2020/01/5sfh798dfh7f8sd9h465fsdh95sdf7h98sf4h65fsh465sf4h65sf4h65sfhsfhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)