କୋଲକାତା: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପଶ୍ଚିମବଙ୍ଗ ଗସ୍ତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି | ଶାହା କହିଛନ୍ତି 'ମମତା ଦିଦି କହନ୍ତି ଏଠାରେ ଜୟ ଶ୍ରୀରାମ ନାରା ଦିଆଯାଇପାରିବ ନାହିଁ । ମୁଁ ଆଜି ଏହି ମଞ୍ଚରୁ ଜୟ ଶ୍ରୀରାମ କହୁଛି। ଯଦି ଦମ ଅଛି ମୋତେ ଗିରଫ କରନ୍ତୁ।’
Advertisment
ପଶ୍ଚିମବଙ୍ଗର ଜୟନଗରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଶାହା, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗରେ ଜୟନଗରକୁ ଛାଡି ଅନ୍ୟ ଏକ ସ୍ଥାନକୁ ବି ଯିବାର ଥିଲା । କିନ୍ତୁ ସେଠାରେ ମମତା ଦିଦିଙ୍କ ପୁତୁରା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଆଉ ଏଥିପାଇଁ ମମତା ଡରିଯାଇଛନ୍ତି, ଯାହାଫଳରେ ତାଙ୍କ ସଭାକୁ ଅନୁମତି ମିଳିଲା ନାହିଁ ।

publive-image

ସେହିପରି ମୋଦି ସରକାରଙ୍କ ଯୋଜନାକୁ ଲାଗୁ କରିବାକୁ ଦିଦି ଚାଁହୁନାହାନ୍ତି। କାରଣ ମମତା ବିଶ୍ୱାସ କରୁଛନ୍ତି ଯଦି ଏସବୁ ଯୋଜନାକୁ ଲାଗୁ କରାଯିବ ତେବେ ମୋଦି ଅଧିକ ଲୋକପ୍ରିୟ ହୋଇଯିବେ । ମମତା ଦିଦି ଚାଁହୁଚନ୍ତି ତାଙ୍କୁ ଅନୁପ୍ରବେଶକାରୀଙ୍କ ଭୋଟ ଦରକାର। ମମତା ଦିଦିଙ୍କ ନିର୍ବାଚନୀ ସମୟରେ ଦୁର୍ଗାପୂଜାକୁ ଅନୁମତି ମିଳୁନାହିଁ । ଆଉ ସରସ୍ୱତୀ ପୂଜା କରିବାରୁ ତାଙ୍କ ମମତାଙ୍କ ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି ।
ଏହି ଅବସରରେ ଶାହା ଗ୍ୟାରେଣ୍ଟି ଦେଇଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି  ସରକାର ଆସେ ତେବେ ପୁଣି ଏକତ୍ର ଦୁର୍ଗାପୂଜା କରାଯିବାର ମାହୋଲ ସୃଷ୍ଟି କରାଯିବ । ସେହିପରି ଶାହା ଆଜି ବଙ୍ଗଳା ଭାଷାର କାର୍ଡ ଖେଳିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ଇସ୍ଲାମପୁରକୁ ମମତା ଦିଦି ଉର୍ଦ୍ଦୁ ଶିକ୍ଷକ ପଠାଇଥିଲେ। ସେଠାକାର ଲୋକ ଯେତେବେଳେ ଉର୍ଦ୍ଦୁ ଶିଖିବାକୁ ମନା କଲେ ସେତେବେଳେ ପୋଲିସ ଦ୍ୱାରା ଅତ୍ୟାଚାର କରିଥିଲେ | ଯଦି ନିଜ ରାଜ୍ୟରେ ନିଜ ଭାଷାକୁ ପ୍ରାଧାନ୍ୟ ଦେବାକୁ ଆପଣ ଚାଁହାନ୍ତି ତେବେ ବିଜେପିକୁ ଭୋଟ ଦିଅନ୍ତୁ। ଏଠାରେ ସୂଚନା ଥାଉ କି ପଶ୍ଚିମବଙ୍ଗର ଯାଦବପୁର ରାଲି ପାଇଁ ଅନୁମତି ମିଳି ନ ଥିଲା । ଆଉ ଏଥିପାଇଁ ମମତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶାହା।