ମମତାଙ୍କୁ ଆହ୍ୱାନ କଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା, ଯଦି ଦମ ଅଛି ଗିରଫ କର

କୋଲକାତା: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପଶ୍ଚିମବଙ୍ଗ ଗସ୍ତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି | ଶାହା କହିଛନ୍ତି ‘ମମତା ଦିଦି କହନ୍ତି ଏଠାରେ ଜୟ ଶ୍ରୀରାମ ନାରା ଦିଆଯାଇପାରିବ ନାହିଁ । ମୁଁ ଆଜି ଏହି ମଞ୍ଚରୁ ଜୟ ଶ୍ରୀରାମ କହୁଛି। ଯଦି ଦମ ଅଛି ମୋତେ ଗିରଫ କରନ୍ତୁ।’
ପଶ୍ଚିମବଙ୍ଗର ଜୟନଗରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଶାହା, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗରେ ଜୟନଗରକୁ ଛାଡି ଅନ୍ୟ ଏକ ସ୍ଥାନକୁ ବି ଯିବାର ଥିଲା । କିନ୍ତୁ ସେଠାରେ ମମତା ଦିଦିଙ୍କ ପୁତୁରା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଆଉ ଏଥିପାଇଁ ମମତା ଡରିଯାଇଛନ୍ତି, ଯାହାଫଳରେ ତାଙ୍କ ସଭାକୁ ଅନୁମତି ମିଳିଲା ନାହିଁ ।

 

ସେହିପରି ମୋଦି ସରକାରଙ୍କ ଯୋଜନାକୁ ଲାଗୁ କରିବାକୁ ଦିଦି ଚାଁହୁନାହାନ୍ତି। କାରଣ ମମତା ବିଶ୍ୱାସ କରୁଛନ୍ତି ଯଦି ଏସବୁ ଯୋଜନାକୁ ଲାଗୁ କରାଯିବ ତେବେ ମୋଦି ଅଧିକ ଲୋକପ୍ରିୟ ହୋଇଯିବେ । ମମତା ଦିଦି ଚାଁହୁଚନ୍ତି ତାଙ୍କୁ ଅନୁପ୍ରବେଶକାରୀଙ୍କ ଭୋଟ ଦରକାର। ମମତା ଦିଦିଙ୍କ ନିର୍ବାଚନୀ ସମୟରେ ଦୁର୍ଗାପୂଜାକୁ ଅନୁମତି ମିଳୁନାହିଁ । ଆଉ ସରସ୍ୱତୀ ପୂଜା କରିବାରୁ ତାଙ୍କ ମମତାଙ୍କ ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି ।
ଏହି ଅବସରରେ ଶାହା ଗ୍ୟାରେଣ୍ଟି ଦେଇଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି  ସରକାର ଆସେ ତେବେ ପୁଣି ଏକତ୍ର ଦୁର୍ଗାପୂଜା କରାଯିବାର ମାହୋଲ ସୃଷ୍ଟି କରାଯିବ । ସେହିପରି ଶାହା ଆଜି ବଙ୍ଗଳା ଭାଷାର କାର୍ଡ ଖେଳିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ଇସ୍ଲାମପୁରକୁ ମମତା ଦିଦି ଉର୍ଦ୍ଦୁ ଶିକ୍ଷକ ପଠାଇଥିଲେ। ସେଠାକାର ଲୋକ ଯେତେବେଳେ ଉର୍ଦ୍ଦୁ ଶିଖିବାକୁ ମନା କଲେ ସେତେବେଳେ ପୋଲିସ ଦ୍ୱାରା ଅତ୍ୟାଚାର କରିଥିଲେ | ଯଦି ନିଜ ରାଜ୍ୟରେ ନିଜ ଭାଷାକୁ ପ୍ରାଧାନ୍ୟ ଦେବାକୁ ଆପଣ ଚାଁହାନ୍ତି ତେବେ ବିଜେପିକୁ ଭୋଟ ଦିଅନ୍ତୁ। ଏଠାରେ ସୂଚନା ଥାଉ କି ପଶ୍ଚିମବଙ୍ଗର ଯାଦବପୁର ରାଲି ପାଇଁ ଅନୁମତି ମିଳି ନ ଥିଲା । ଆଉ ଏଥିପାଇଁ ମମତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶାହା।
ସମ୍ବନ୍ଧିତ ଖବର