ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ୍)ରୁ ଡିସ୍ଚାର୍ଜ ହୋଇଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗତ ରବିବାର ରାତିରେ ଏଠାରେ ସେ ଭର୍ତ୍ତି ହୋଇଥିଲେ। ଗତମାସରେ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଥମେ ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ତାଙ୍କର କିଛି ସମସ୍ୟା ଦେଖାଦେଇଥିଲା। ଏହାପରେ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। କିଛିଦିନ ପରେ ସେ ଏମ୍ସରୁ ଘରକୁ ଫେରିଥିଲେ। କିନ୍ତୁ ଗତ ରବିବାର ପୁଣି ଏମ୍ସରେ ଭର୍ତ୍ତି ହୋଇଥିଲେ। ଆସନ୍ତା ସୋମବାରଠାରୁ ସେ ସଂସଦର ମୌସୁମୀ ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏମ୍ସରୁ ଡିସଚାର୍ଜ ହେଲେ ଅମିତ ଶାହ
/sambad/media/post_attachments/wp-content/uploads/2020/08/amit-shah-750x430-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)